ପୁଣିଥରେ ଆଇସିୟୁରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପୁଣିଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ। ସେ ନିରନ୍ତର ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଜଣାଇଛନ୍ତି।
ଅଗଷ୍ଟ ୨୭ରେ ଗଣେଶ ପୂଜା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଅଭିଜିତ୍ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୪ରେ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରାଯାଇଥିଲା, ଯେଉଁଠାରେ ତାଙ୍କୁ ହାଇପରଟେନସନ, ହାଇପୋଥାଇରଏଡିଜମ ଓ କ୍ରନିକ ଯକୃତ ରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୋଇଛି।
ତାଙ୍କ ଯାଞ୍ଚରେ ମିଳିଛି ଯେ, ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ। ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଛି। ରକ୍ତରେ ଜୀବାଣୁ ସଂକ୍ରମଣ ଓ ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମାଟି 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି।
Powered by Froala Editor