Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ...

  • ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

ସଂସ୍କୃତି
Home ›› ସଂସ୍କୃତି ››୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

2023-09-10 08:25:59
17617
Share:
Facebook
Twitter
E-Mail
WhatsApp
Telegram
୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମତ୍କାର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ପୁରସ୍କାର ବିତରଣ ସମାରୋହ ସହିତ ମର୍ଦ୍ଦଳ ବାଦନ, କଥକ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ।


ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲ୍‍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର । ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍‍ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।


ପ୍ରେରଣାଦାୟକ ପ୍ରଦର୍ଶନ ଏବଂ କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍‍, କଥକ ନୃତ୍ୟ ପାଇଁ ବିଶାଲ୍‍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।


ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍‍ ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ

ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ । ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ ।


ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ । ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା । ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲ୍‍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର ।


ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍‍ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।


ପ୍ରେରଣାଦାୟକ ପ୍ରଦର୍ଶନ ଏବଂ କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍‍, କଥକ ନୃତ୍ୟ ପାଇଁ ବିଶାଲ୍‍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।


ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍‍ ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ । ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ ।


ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ । 

Powered by Froala Editor

Tags guru kelucharan mahapatra award

Related articles Odisha News Lens 4.1

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15298
    Aug 01, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14597
    Aug 01, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14487
    Jul 31, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13459
    Aug 02, 2026
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ

    14739
    Aug 02, 2026
  •  ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13468
    Aug 02, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13943
    Aug 01, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15543
    Aug 02, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14211
    Jul 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର ...

    14211
    Jul 31, 2026
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14597
    Aug 01, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13468
    Aug 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17012
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17618
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17670
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18071
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15543
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14487
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14374
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15996
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15882
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14211
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14246
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15032
    Jul 28, 2026
  • ଫିକା ପଡିବ ସୁନାର ଚମକ

    14133
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13468
    Aug 02, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14921
    Aug 01, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15543
    Aug 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In