Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ

  • କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ...

  • ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ...

  • ସେନା ଅଧିକାରୀଙ୍କ ହାଇଡ୍ରାମା : ଲଗେଜକୁ ...

  • ଛାତ୍ରୀଙ୍କୁ ପିଜି ଟେକିନେଇ ବଳାତ୍କାର ...

  • ରୁଷରେ ପୁଣି ଥରେ ଭୂକମ୍ପ ଅନୁଭୂତ

  • ୩୩ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ...

  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ...

  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ...

ସଂସ୍କୃତି
Home ›› ସଂସ୍କୃତି ››୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

2023-09-10 08:25:59
16651
Share:
Facebook
Twitter
E-Mail
WhatsApp
Telegram
୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମତ୍କାର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉପସ୍ଥାପନା ପରେ ପଞ୍ଚମ ସଂଧ୍ୟାରେ ପୁରସ୍କାର ବିତରଣ ସମାରୋହ ସହିତ ମର୍ଦ୍ଦଳ ବାଦନ, କଥକ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ।


ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲ୍‍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର । ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍‍ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।


ପ୍ରେରଣାଦାୟକ ପ୍ରଦର୍ଶନ ଏବଂ କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍‍, କଥକ ନୃତ୍ୟ ପାଇଁ ବିଶାଲ୍‍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।


ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍‍ ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ

ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ । ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ ।


ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ । ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା । ଉଦ୍‍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ରଞ୍ଜିତା କୁଲ୍‍କରଣୀ; ସୁପରିଚିତ ରଙ୍ଗମଞ୍ଚ ଶିଳ୍ପୀ ଅନନ୍ତ ମହାପାତ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ଗୁରୁ ରତିକାନ୍ତ ମହାପାତ୍ର ।


ପ୍ରଥମେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ ରଙ୍ଗମଞ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହା ପରେ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ଉପସ୍ଥାପନା କରାଯାଇଥିଲା, ଯାହା ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍‍ ବୟସର ୪ ଜଣ ପ୍ରତିଷ୍ଠିତ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଧ୍ୟାନରେ ରଖି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇ ଥିଲା ।


ପ୍ରେରଣାଦାୟକ ପ୍ରଦର୍ଶନ ଏବଂ କଳା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଓଡ଼ିଶୀ ନୃତ୍ୟ ପାଇଁ ଅରୁପା ଗାୟତ୍ରୀ ପଣ୍ଡା ଓ ସିଦ୍ଧି ୱାଇକର୍‍, କଥକ ନୃତ୍ୟ ପାଇଁ ବିଶାଲ୍‍ କୃଷ୍ଣ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ ବାଦନ) ପାଇଁ ଅରୂପ ଦାସଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବା ସହିତ ପ୍ରତେକଙ୍କୁ ୨୫,୦୦୦ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ସୃଜନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିଲା ।


ଅନ୍ତିମ ସଂଧ୍ୟାରେ ପ୍ରଥମେ ଶ୍ରୀ ଅରୂପ ଦାସଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନ କରାଯାଇଥିଲା, ଯେଉଁଥିରେ ସେ ଓଡ଼ିଶୀ ତାଳ ପ୍ରଣାଳୀର ଜଟିଳତାକୁ ବେଶ୍‍ ପ୍ରଶଂସନୀୟ ଢଙ୍ଗରେ ଅନୁଧ୍ୟାନ କରି ଆଦିତାଳରେ ମର୍ଦ୍ଦଳ ବାଦନ କରିଥିଲେ । ତାଙ୍କୁ ହାରମୋନିୟମରେ ମୁରଲୀଧର ସ୍ୱାଇଁ ସହଯୋଗ କରିଥିଲେ । ଏହାପରେ ସିଦ୍ଧ ୱାଇକରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେସିତ ହୋଇଥିଲା । ତାଙ୍କ ଉପସ୍ଥାପନରେ ଥିଲା ନବଗ୍ରହ ଯାହା ଅନନ୍ତ ମହାଜାଗତିକ ଶକ୍ତିର ମୂର୍ତ୍ତି ଯିଏ ଜୀବନର ଚକ୍ର, କର୍ମର ଚକ୍ରକୁ ବଦଳାଇ ଦେଇଥାଏ । ନବଗ୍ରହ ନଅଟି ଅର୍ଦ୍ଧଦେବତାଙ୍କୁ ଚିତ୍ରିତ କରି ନୃତ୍ୟଶିଳ୍ପୀ ସୁନ୍ଦର ଭାବରେ ନୃତ୍ୟ ରଚନା କରିଥିଲେ ଯାହା ଜନ୍ମ ସମୟରେ ନଅଟି ଗ୍ରହର ଆକାଶୀୟ ସଂରଚନାକୁ ଚିତ୍ରିତ କରିବା ସହିତ ଜଣେ ବ୍ୟକ୍ତିର ଜନ୍ମ କୁଣ୍ଡଳୀ ଓ ତାର ଭବିଷ୍ୟତକୁ ନିର୍ଦ୍ଦେଶ କରିଥାଏ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଶ୍ରୀବିଶାଲ କୃଷ୍ଣ । ସେ ପ୍ରଥମେ ପଣ୍ଡିତ ଶୁକଦେବ ମହାରାଜଙ୍କ ଦ୍ୱାରା ଲିଖିତ ଶିବ କବିତା ପରାଣ ପରେ ପରେ ବନାରସ ଘରାନାରେ ତିନ ତାଲରେ କେତେକ ବୈଷୟିକ ନୃତ୍ୟ ପରିବେଷଣ କରିଥିଲେ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ରାଧା-କୃଷ୍ଣଙ୍କ ରାସଲୀଳା ଉପରେ ଆଧାରିତ ନୃତ୍ୟାଭିନୟ । ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିଟି ଥିଲା ଅରୁପା ଗାୟତ୍ରୀ ପଣ୍ଡାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ଦ୍ୱାଦଶ ଶତାବ୍ଦୀର ସନ୍ଥ ତଥା କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ଅଷ୍ଟପଦୀ ପରିବେସିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଅରୁଣା ମହାନ୍ତି ଓ ସଙ୍ଗୀତ ସଂଯୋଜନା ଡ଼. ସୁବାସ ପାଣି ଓ ଗୁରୁ ବିଜୟ ବାରିକ କରିଥିଲେ ।


ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ । 

Powered by Froala Editor

Tags guru kelucharan mahapatra award

Related articles Odisha News Lens 4.1

  • ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଭୂସ୍ଖଳନ ପରେ ଅମରନାଥ ଯାତ୍ରା ସ୍ଥଗିତ

    14922
    Aug 02, 2025
  • ସେନା ଅଧିକାରୀଙ୍କ ହାଇଡ୍ରାମା : ଲଗେଜକୁ ନେଇ ମରାପିଟା, ଗୋଇଠା ବିଧା
    ଦେଶ-ଦେଶାନ୍ତର

    ସେନା ଅଧିକାରୀଙ୍କ ହାଇଡ୍ରାମା : ଲଗେଜକୁ ନେଇ ମରାପିଟା, ଗୋଇଠା ବିଧା

    14605
    Aug 03, 2025
  • ରୁଷରେ ପୁଣି ଥରେ ଭୂକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ରୁଷରେ ପୁଣି ଥରେ ଭୂକମ୍ପ ଅନୁଭୂତ

    14184
    Aug 03, 2025
  • ଛାତ୍ରୀଙ୍କୁ ପିଜି ଟେକିନେଇ ବଳାତ୍କାର କଲେ ଘର ମାଲିକ
    ଦେଶ-ଦେଶାନ୍ତର

    ଛାତ୍ରୀଙ୍କୁ ପିଜି ଟେକିନେଇ ବଳାତ୍କାର କଲେ ଘର ମାଲିକ

    14948
    Aug 03, 2025
  • କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ

    14092
    Aug 03, 2025
  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13665
    Aug 02, 2025
  • ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଜରିମାନା
    ଦେଶ-ଦେଶାନ୍ତର

    ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଜରିମାନା

    13799
    Aug 03, 2025
  • କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ
    ଦେଶ-ଦେଶାନ୍ତର

    କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ

    15298
    Aug 03, 2025
  • ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...
    ଦେଶ-ଦେଶାନ୍ତର

    ରୋଷେୟାଙ୍କ ରୋଜଗାର ଶୁଣି ହୋସ୍ ଉଡିଯିବ: ପ୍ରତିଦିନ ୩୦ ମିନିଟ୍‌, ଘର ପିଛା ୧୮ ହଜାର ...

    15563
    Aug 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଜରିମାନା

    13799
    Aug 03, 2025
  • ଦେଶ-ଦେଶାନ୍ତର

    ଛାତ୍ରୀଙ୍କୁ ପିଜି ଟେକିନେଇ ବଳାତ୍କାର କଲେ ଘର ମାଲିକ

    14948
    Aug 03, 2025
  • ମନୋରଞ୍ଜନ

    ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13665
    Aug 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16652
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17089
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15209
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15243
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14859
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14756
    Jul 31, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    15220
    Jul 30, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14258
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14720
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14813
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14158
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଓଡ଼ିଆ ଫିଚର ଫିଲ୍ମ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    13665
    Aug 02, 2025
  • କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ

    15298
    Aug 03, 2025
  • ଛାତ୍ରୀଙ୍କୁ ପିଜି ଟେକିନେଇ ବଳାତ୍କାର କଲେ ଘର ମାଲିକ

    14948
    Aug 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In