Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ସଂସ୍କୃତି
Home ›› ସଂସ୍କୃତି ››୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

2023-09-09 06:56:48
16951
Share:
Facebook
Twitter
E-Mail
WhatsApp
Telegram
୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

ଭୁବନେଶ୍ୱର : ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଗତକାଲି ଥିଲା  ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ଓ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ଦେଖିବାକୁ ମିଳିଥିଲା ।

ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ;ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟରୁ । ସେ ତାଙ୍କର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶ ସମସ୍ତ ବାଧାବିଘ୍ନକୁ ଦୂର କରିବା ପାଇଁ ତାଙ୍କର ଶୁଭ ଆଶୀର୍ବାଦ ଲୋଡ଼ିଥିଲେ । ଶ୍ରୀ ଜୟକିଶୋର ମୋସାଲକାନ୍ତିଙ୍କ ନୃତ୍ୟ ସଂରଚନା ଆନନ୍ଦ ନର୍ତ୍ତନ ଗଣପତିମ୍‍ରେ ପ୍ରଭୁ ଗଣେଶଙ୍କ ଆନନ୍ଦମୟ ନୃତ୍ୟକୁ ତାଙ୍କ ପ୍ରଶଂସନୀୟ ମଞ୍ଚ ଉପସ୍ଥିତି ଓ ଚଞ୍ଚଳ ଚଳଣି ମାଧ୍ୟମରେ ବର୍ଣ୍ଣନା କରି ସନ୍ଧ୍ୟାକୁ ବେଶ୍‍ ଉପଭୋଗ୍ୟ କରିଥିଲେ । ଏହା ପରେ ସେ ଶ୍ରୀମତୀ ସ୍ୱପ୍ନ ସୁନ୍ଦରୀଙ୍କ ଦକ୍ଷ ପ୍ରଶିକ୍ଷଣରେ ଶିଖିଥିବା ଏକ କୁଚିପୁଡ଼ି ନୃତ୍ୟନାଟିକାରୁ ଉଷା ପରିଣୟମ ପରିବେଷଣ କରିଥିଲେ । ନାଟକ ଓ ଭାବପ୍ରବଣତାରେ ସମୃଦ୍ଧ ଏହି ଏକକ ନୃତ୍ୟାନୁଷ୍ଠାନରେ ନୃତ୍ୟଶିଳ୍ପୀ ଉଷା ନାମଧାରୀ ଚରିତ୍ରରେ ପ୍ରବେଶ କରି ଶୋଇଥିବା ଅବସ୍ଥାରେ ତାଙ୍କୁ ଆଲିଙ୍ଗନ କରିଥିବା ସୁଦର୍ଶନ ରାଜକୁମାରଙ୍କୁ ସ୍ୱପ୍ନରେ ଦେଖିଥାନ୍ତି । ଶେଷରେ ଜୟକିଶୋର ମୋସାଳିକାନ୍ତିଙ୍କ ନୃତ୍ୟ ସଂରଚନାରେ ଏକ ଶକ୍ତିଶାଳୀ ଶିବ ତରଙ୍ଗ ପରିବେଶିତ ହୋଇଥିଲା । ଏହି ଉପସ୍ଥାପନରେ ସର୍ବଶକ୍ତିମାନ ନିର୍ଗୁଣ ପରବ୍ରହ୍ମଙ୍କ ମହିମା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କ ଜଟାରୁ ପବିତ୍ର ଗଙ୍ଗା ଓହ୍ଲାଇ ଆସିଥିଲେ । ତରଙ୍ଗର ଶେଷରେ ନୃତ୍ୟଶିଳ୍ପୀ ଏକ ଥାଳିରେ ନୃତ୍ୟ କରିଥିଲେ ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍‍ ଆନନ୍ଦ ପ୍ରଦାନ କରିଥିଲା । ତାଙ୍କୁ କଣ୍ଠରେ ଶୁଜେସ୍‍ ମେନନ୍‍, ମୃଦଙ୍ଗମ୍‍ରେ ଶତିସ୍‍ କ୍ରୀଷ୍ଣମୃର୍ତ୍ତୀ, ବେହେଲାରେ ମଙ୍ଗଳା ବୈଦନାଥନ୍‍ ଓ ନଟୁଭଙ୍ଗମ୍‍ରେ ବିଜୟ କୁମାର ଏସ୍‍ ସହଯୋଗ କରିଥିଲେ ।

ଏହାପରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ତବଲା ବାଦକ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ପରିବେଷିତ ହୋଇଥିଲା । ବିଭିନ୍ନ ରାଗ ଓ ତାଳକୁ ନେଇ ତବଲା ଉପରେ ତାଙ୍କର ଆଙ୍ଗୁଠି ଚାଳନା ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କୁ ହାରମୋନିୟମ୍‍ରେ ଶ୍ରୀ ନିଳୟ ସାଲ୍‍ଭୀ ସହଯୋଗ କରିଥିଲେ । ଦର୍ଶକମାନେ ଏକ ଜଟିଳ ଓ ଛନ୍ଦବଦ୍ଧ ଭାବେ ହୃଦୟସ୍ପର୍ଶୀ ବାଦ୍ୟଯନ୍ତ୍ରକୁ ଶୁଣୁଥିଲେ ଯାହା ଆକ୍ରମ ଖାଁଙ୍କ ଆନନ୍ଦ ଦାୟକ ତବଲା ବାଦନର ତାଳେ ତାଳେ ପ୍ରେକ୍ଷାଳୟକୁ ପ୍ରକମ୍ପିତ କରିଥିଲା ।

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

Powered by Froala Editor

Tags kuchipudi dance , guru kelucharan mahapatra

Related articles Odisha News Lens 4.1

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13786
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15536
    Nov 18, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14306
    Nov 18, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13561
    Nov 18, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14233
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15243
    Nov 17, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14816
    Nov 18, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    13985
    Nov 17, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14246
    Nov 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14306
    Nov 18, 2025
  • ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14816
    Nov 18, 2025
  • ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14611
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17296
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14246
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16067
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15147
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14424
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15284
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14313
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13958
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14306
    Nov 18, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13561
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15536
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In