Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

ସଂସ୍କୃତି
Home ›› ସଂସ୍କୃତି ››୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

2023-09-09 06:56:48
17830
Share:
Facebook
Twitter
E-Mail
WhatsApp
Telegram
୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

ଭୁବନେଶ୍ୱର : ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଗତକାଲି ଥିଲା  ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟ ଓ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ଦେଖିବାକୁ ମିଳିଥିଲା ।

ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ;ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ଅମ୍ରିତା ଲାହିରୀଙ୍କ ଦ୍ୱାରା କୁଚିପୁଡ଼ି ନୃତ୍ୟରୁ । ସେ ତାଙ୍କର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶ ସମସ୍ତ ବାଧାବିଘ୍ନକୁ ଦୂର କରିବା ପାଇଁ ତାଙ୍କର ଶୁଭ ଆଶୀର୍ବାଦ ଲୋଡ଼ିଥିଲେ । ଶ୍ରୀ ଜୟକିଶୋର ମୋସାଲକାନ୍ତିଙ୍କ ନୃତ୍ୟ ସଂରଚନା ଆନନ୍ଦ ନର୍ତ୍ତନ ଗଣପତିମ୍‍ରେ ପ୍ରଭୁ ଗଣେଶଙ୍କ ଆନନ୍ଦମୟ ନୃତ୍ୟକୁ ତାଙ୍କ ପ୍ରଶଂସନୀୟ ମଞ୍ଚ ଉପସ୍ଥିତି ଓ ଚଞ୍ଚଳ ଚଳଣି ମାଧ୍ୟମରେ ବର୍ଣ୍ଣନା କରି ସନ୍ଧ୍ୟାକୁ ବେଶ୍‍ ଉପଭୋଗ୍ୟ କରିଥିଲେ । ଏହା ପରେ ସେ ଶ୍ରୀମତୀ ସ୍ୱପ୍ନ ସୁନ୍ଦରୀଙ୍କ ଦକ୍ଷ ପ୍ରଶିକ୍ଷଣରେ ଶିଖିଥିବା ଏକ କୁଚିପୁଡ଼ି ନୃତ୍ୟନାଟିକାରୁ ଉଷା ପରିଣୟମ ପରିବେଷଣ କରିଥିଲେ । ନାଟକ ଓ ଭାବପ୍ରବଣତାରେ ସମୃଦ୍ଧ ଏହି ଏକକ ନୃତ୍ୟାନୁଷ୍ଠାନରେ ନୃତ୍ୟଶିଳ୍ପୀ ଉଷା ନାମଧାରୀ ଚରିତ୍ରରେ ପ୍ରବେଶ କରି ଶୋଇଥିବା ଅବସ୍ଥାରେ ତାଙ୍କୁ ଆଲିଙ୍ଗନ କରିଥିବା ସୁଦର୍ଶନ ରାଜକୁମାରଙ୍କୁ ସ୍ୱପ୍ନରେ ଦେଖିଥାନ୍ତି । ଶେଷରେ ଜୟକିଶୋର ମୋସାଳିକାନ୍ତିଙ୍କ ନୃତ୍ୟ ସଂରଚନାରେ ଏକ ଶକ୍ତିଶାଳୀ ଶିବ ତରଙ୍ଗ ପରିବେଶିତ ହୋଇଥିଲା । ଏହି ଉପସ୍ଥାପନରେ ସର୍ବଶକ୍ତିମାନ ନିର୍ଗୁଣ ପରବ୍ରହ୍ମଙ୍କ ମହିମା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କ ଜଟାରୁ ପବିତ୍ର ଗଙ୍ଗା ଓହ୍ଲାଇ ଆସିଥିଲେ । ତରଙ୍ଗର ଶେଷରେ ନୃତ୍ୟଶିଳ୍ପୀ ଏକ ଥାଳିରେ ନୃତ୍ୟ କରିଥିଲେ ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍‍ ଆନନ୍ଦ ପ୍ରଦାନ କରିଥିଲା । ତାଙ୍କୁ କଣ୍ଠରେ ଶୁଜେସ୍‍ ମେନନ୍‍, ମୃଦଙ୍ଗମ୍‍ରେ ଶତିସ୍‍ କ୍ରୀଷ୍ଣମୃର୍ତ୍ତୀ, ବେହେଲାରେ ମଙ୍ଗଳା ବୈଦନାଥନ୍‍ ଓ ନଟୁଭଙ୍ଗମ୍‍ରେ ବିଜୟ କୁମାର ଏସ୍‍ ସହଯୋଗ କରିଥିଲେ ।

ଏହାପରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ତବଲା ବାଦକ ଆକ୍ରମ ଖାନ୍‍ଙ୍କ ଦ୍ୱାରା ତବଲା ବାଦନ ପରିବେଷିତ ହୋଇଥିଲା । ବିଭିନ୍ନ ରାଗ ଓ ତାଳକୁ ନେଇ ତବଲା ଉପରେ ତାଙ୍କର ଆଙ୍ଗୁଠି ଚାଳନା ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କୁ ହାରମୋନିୟମ୍‍ରେ ଶ୍ରୀ ନିଳୟ ସାଲ୍‍ଭୀ ସହଯୋଗ କରିଥିଲେ । ଦର୍ଶକମାନେ ଏକ ଜଟିଳ ଓ ଛନ୍ଦବଦ୍ଧ ଭାବେ ହୃଦୟସ୍ପର୍ଶୀ ବାଦ୍ୟଯନ୍ତ୍ରକୁ ଶୁଣୁଥିଲେ ଯାହା ଆକ୍ରମ ଖାଁଙ୍କ ଆନନ୍ଦ ଦାୟକ ତବଲା ବାଦନର ତାଳେ ତାଳେ ପ୍ରେକ୍ଷାଳୟକୁ ପ୍ରକମ୍ପିତ କରିଥିଲା ।

ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

Powered by Froala Editor

Tags kuchipudi dance , guru kelucharan mahapatra

Related articles Odisha News Lens 4.1

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15232
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13469
    Oct 17, 2026
  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ
    ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13435
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13866
    Oct 17, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13895
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13826
    Oct 17, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14976
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13901
    Oct 16, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    14053
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13435
    Oct 17, 2026
  • ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13826
    Oct 17, 2026
  • ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13866
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17188
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17883
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17831
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18253
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14942
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14642
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14747
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15750
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14424
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14441
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13984
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15103
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15811
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13826
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13866
    Oct 17, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14053
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In