Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • RBIର ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ...

  • ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ...

  • ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ...

  • ସରେଣ୍ଡର କଲେ ଖାନ୍‌ ସାର

  • ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ

  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ ...

  • ଚାକିରି ନେଇ ସୁପ୍ରିମକୋର୍ଟଙ୍କ ...

  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

  • ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ...

ସଂସ୍କୃତି
Home ›› ସଂସ୍କୃତି ›› ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

2026-05-17 13:56:26
15160
Share:
Facebook
Twitter
E-Mail
WhatsApp
Telegram
 ରବୀନ୍ଦ୍ର ମଣ୍ଡପଠାରେ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ପ୍ରଫେସର ଓ ଚିନ୍-କଳା, ସଂଯୋଗ ଓ ଭାରତୀୟ ଅଧ୍ୟୟନ ବିଭାଗ ତଥା ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ. ବିଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟିକ ଡ. ରମେଶ ପ୍ରସାଦ ପାଣିଗ୍ରାହୀ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ଗବେଷକ ଗୁରୁ ଶ୍ରୀ କେଶବ ଚନ୍ଦ୍ର ରାଉତ, ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରଣତି ମହାନ୍ତିଙ୍କୁ "ଯାତ୍ରା ସନ୍ନ୍ୟାସୀ ପବିତ୍ର ମୋହନ ସାହାନୀ ସ୍ମୃତି ସମ୍ମାନ-୨୦୨୨" ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ତଥା ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାସ ସଭା ପରିଚାଳନା କରିଥିଲେ । ପାରମ୍ପରିକ ଉଦ୍‌ଘାଟନୀ ପର୍ବ ପରେ ଶାସ୍ତ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ସଂରଚିତ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟକୁ ନୃତ୍ୟାଞ୍ଜଳୟର ଅଧ୍ୟକ୍ଷା ସ୍ଵାଗତିକା ସାହାନୀଙ୍କ ପରିଚାଳନାରେ ଛାତ୍ରୀମାନେ ଦଳଗତ ଭାବେ ପ୍ରଦର୍ଶନ କରିଥିଲେ । ଏହାସହ ସମ୍ମାନିତ ଅତିଥି କଳାକାର ଶ୍ରୀମତୀ ପ୍ରଣତି ମହାନ୍ତିଙ୍କ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ ନୃତ୍ୟାଞ୍ଜଳୟର ନୂତନ ପ୍ରସ୍ତୁତିରେ ଅଭିନେତା ଓ ନିର୍ଦ୍ଦେଶକ ଚୌଧୁରୀ ସତ୍ୟବ୍ରତ ଦାସ (ଲିପୁନ୍)ଙ୍କ ନିର୍ଦ୍ଦେଶନାରେ ହାସ୍ୟରସାତ୍ମକ ନାଟକ "କଞ୍ଜୁସ କପିଳାର କଟେରୀ ପାଲା" ପ୍ରଦର୍ଶିତ ହୋଇଥିଲା । ଏହି ନାଟକର ମୁଖ୍ୟ ଚରିତ୍ରରେ ହାସ୍ୟାଭିନେତା ପ୍ରଜ୍ଞା ଓ ସବିତା ଅଭିନୟ କରିଥିବାବେଳେ ସହ-କଳାକାର ଭାବେ ନିରଞ୍ଜନ, କୈଳାସ, ସୁଧାଂଶୁ, ବିଶ୍ଵ, ଅଙ୍କିତା, ରାଜେନ୍ଦ୍ର, ଜୟାନନ୍ଦ, ବବ୍ଲି, ଅମିତ, ନିରାକାର ଏବଂ ଶିଶୁ କଳାକାର ଶ୍ରୀହାନ ଓ ପ୍ରତୀକ୍ଷା ଅଭିନୟ କରିଥିଲେ । ଶେଷ ପର୍ଯ୍ୟାୟରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଦେବା ପ୍ରସାଦ ମିଶ୍ର ଆଲୋକ ସମ୍ପାଦନା କରିଥିଲେ । ଯୁବ ଶିଳ୍ପୀ ଓ ଲୁକ୍କାୟିତ ପ୍ରତିଭାମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି ଉତ୍ସବର ମୁଖ୍ୟ ଆଭିମୁଖ୍ୟ ଥିଲା । ସମ୍ପୂର୍ଣ୍ଣ ଉତ୍ସବକୁ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ପ୍ରତିବର୍ଷ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ନାଟକକୁ "ନୃତ୍ୟାଞ୍ଜଳୟ ଉତ୍ସବ" ମାଧ୍ୟମରେ ଅଧିକ ଲୋକାଭିମୁଖୀ କରିବା ସହ ସମାଜରେ କଳାକୁ ଆଗକୁ ବଢ଼ାଇବାର ଏହି ଅନନ୍ୟ ପ୍ରୟାସ ଜାରି ରହିବ ବୋଲି ନୃତ୍ୟାଞ୍ଜଳୟର ନିର୍ଦ୍ଦେଶକ ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାସ (ଲିପୁନ୍) ଏବଂ ତାଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ସ୍ଵାଗତିକା ସାହାନୀ ସୂଚନା ଦେଇଥିଲେ । ସେମାନେ ଉତ୍ସବର ସମସ୍ତ ଅତିଥି, କର୍ମକର୍ତ୍ତା ଓ ପ୍ରାୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Powered by Froala Editor

Tags Nrutyanjay

Related articles Odisha News Lens 4.1

  •  ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?

    15551
    Jun 05, 2026
  • ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ

    14467
    Jun 06, 2026
  • ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ
    ଖେଳ ଖବର

    ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ

    14630
    Jun 06, 2026
  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା
    ଦେଶ-ଦେଶାନ୍ତର

    ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

    13872
    Jun 05, 2026
  • ସରେଣ୍ଡର କଲେ ଖାନ୍‌ ସାର
    ଦେଶ-ଦେଶାନ୍ତର

    ସରେଣ୍ଡର କଲେ ଖାନ୍‌ ସାର

    15278
    Jun 06, 2026
  • RBIର  ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ନୋଟ
    ଦେଶ-ଦେଶାନ୍ତର

    RBIର ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ନୋଟ

    15089
    Jun 06, 2026
  • ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ
    ରାଜନୀତି

    ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ

    15373
    Jun 06, 2026
  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ
    ଦେଶ-ଦେଶାନ୍ତର

    କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ

    15170
    Jun 05, 2026
  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌
    ଦେଶ-ଦେଶାନ୍ତର

    ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

    14953
    Jun 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

    14953
    Jun 05, 2026
  • ଦେଶ-ଦେଶାନ୍ତର

    ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

    13872
    Jun 05, 2026
  • ଦେଶ-ଦେଶାନ୍ତର

    ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା

    13647
    Jun 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16908
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17526
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17576
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17965
    Sep 06, 2023

ବିଶେଷ

  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13692
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14863
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14730
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15270
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15339
    May 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15451
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15194
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15681
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14020
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

    14953
    Jun 05, 2026
  • ସରେଣ୍ଡର କଲେ ଖାନ୍‌ ସାର

    15278
    Jun 06, 2026
  • ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା

    13647
    Jun 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In