ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍ଏସ୍ଏଏନ୍ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଭାରତର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଏବଂ ଭାରତର ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଆଇ), ରପ୍ତାନି ନିରୀକ୍ଷଣ ପରିଷଦ (ଇଆଇସି) ଏବଂ ବିଶ୍ୱ ବ୍ୟାଙ୍କର ବୈଶ୍ୱିକ ଖାଦ୍ୟ ସୁରକ୍ଷା ସହଭାଗୀତା (ଜିଏଫ୍ଏସ୍ପି) ଦ୍ୱାରା ମିଳିତ ଭାବରେ ସ୍ଥାପିତ ଦି ଇଣ୍ଟରନ୍ୟାସ୍ନାଲ ଟ୍ରେନିଂ ସେଣ୍ଟର ଫର୍ ଫୁଡ ସେଫ୍ଟି ଆଣ୍ଡ ଆପ୍ଲାଏଡ ନ୍ୟୁଟ୍ରିସନ (ଆଇଟିସିଏଫ୍ଏସ୍ଏଏନ୍) ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଉପଭୋକ୍ତା ସଚେତନତା, ପୁଷ୍ଟିସାଧନଗତ ଶିକ୍ଷା ଏବଂ ସାମର୍ଥ୍ୟ ନିର୍ମାଣକୁ ସୁଦୃଢ କରିବା ନିମନ୍ତେ ଉଦ୍ଦିଷ୍ଟ ପ୍ରୟାସଗୁଡିକରେ ସହଯୋଗୀତା କରିବାକୁ ଏକ ବୁଝାମଣାପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛନ୍ତି । ଶ୍ରୀ ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ ଏବଂ ଶ୍ରୀମତୀ ବୈଦେହୀ କାଲ୍ଜୁନ୍କର, ଡେପୁଟି ଡାଇରେକ୍ଟର (ଟେକ୍ନିକାଲ), ଏଫ୍ଏସ୍ଏସ୍ଆଇ ପଶ୍ଚିମାଞ୍ଚଳ, ଆଇଟିସିଏଫ୍ଏସ୍ଏନ୍ ଏହି ବୁଝାମଣାପତ୍ରରେ ଶ୍ରୀମତୀ ପ୍ରୀତି ଚୌଧାରୀ, ରିଜିଓନାଲ ଡାଇରେକ୍ଟର, ଏଫ୍ଏସ୍ଏସ୍ଆଇ ପଶ୍ଚିମାଞ୍ଚଳଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଥିଲେ ।
ଏହି ସହଭାଗୀତା ସମ୍ପର୍କରେ ପ୍ରକାଶ କରି ରଜନୀଶ ଚୋପ୍ରା କହିଥିଲେ, “ଆମୱେ ଇଣ୍ଡିଆରେ ଆମେ ବିଶ୍ୱାସ କରୁଛୁ ଯେ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଦୀର୍ଘସୂତ୍ରୀ ବିଶ୍ୱାସ ଭାବ ନିର୍ମାଣକରିବା ନିମନ୍ତେ ଉପଭୋକ୍ତା ଶିକ୍ଷା ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଉପଭୋକ୍ତାମାନଙ୍କୁ ସୂଚିତ ନିଷ୍ପତ୍ତି ନେବା ନିମନ୍ତେ ସଶକ୍ତ କରିବାକୁ ସେମାନଙ୍କୁ ବୃହତ୍ତର ପସନ୍ଦ ପ୍ରଦାନ କରିବା ଉର୍ଦ୍ଧ୍ବରେ ଆମର ଭୂମିକା ପରିବ୍ୟାପ୍ତ ହୋଇଛି । ଏହା ଶିଳ୍ପ ଓ ବିଶେଷଜ୍ଞ ସଂସ୍ଥାଗୁଡିକୁ ଏକତ୍ରିତ ଭାବରେ କାର୍ଯ୍ୟକରିବା ଏବଂ ବେିଜ୍ଞାନିକ ବିଦ୍ୱତାକୁ ଜନସାଧାରଣଙ୍କ ନିକଟତର କରାଇବାକୁ ଆହ୍ୱାନ ଦେଉଛି । ଆଇଟିସିଏଫ୍ଏସ୍ଏଏନ୍ ସହିତ ଆମର ସହଭାଗୀତା ସେହି ଆଭିମୁଖ୍ୟ ଏବଂ ଖାଦ୍ୟ ସୁରକ୍ଷା ଓ ପୁଷ୍ଟିସାଧନ ସମ୍ପର୍କିତ ଜ୍ଞାନର ଏକ ମଜଭୁତ ମୂଳଦୁଆକୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଉପରେ ଉପଭୋକ୍ତାଙ୍କର ସ୍ଥାନୀୟ ଆସ୍ଥାଭାବ ନିର୍ମାଣ କରାଯାଇପାରିବ ।”
ଏହି ସହଯୋଗୀତାରେ ଉପଭୋକ୍ତା, ଛାତ୍ର ଛାତ୍ରୀ, ଖାଦ୍ୟ ଶିଳ୍ପର ବୃତ୍ତିଧାରୀ ଏବଂ ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ବିଶେଷଜ୍ଞଙ୍କ ନେତୃତ୍ୱରେ ସଚେତନତା କାର୍ଯ୍ୟକ୍ରମ, ଜ୍ଞାନ-ସହଭାଗୀ ପ୍ରୟାସସମୂହ ଓ ସାମର୍ଥ୍ୟ-ନିର୍ମାଣକାରୀ କାର୍ଯ୍ୟକଳାପ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହା ମଧ୍ୟ ପାରସ୍ପରିକ ସହମତ ସର୍ତ୍ତାବଳୀ ଓ ଆବଶ୍ୟକ ଅନୁମୋଦନ ପରେ ସହଯୋଗମୂଳକ ଗବେଷଣ ଓ ବିଶ୍ଳେଷଣାତ୍ମକ ଅଧ୍ୟୟନ ନିମନ୍ତେ ସୁଯୋଗ ଯୋଗାଇ ଦେଉଛି ।
ଏହି ସହଭାଗୀତା ବିଜ୍ଞାନ-ଭିତ୍ତିକ ଉପଭୋକ୍ତା ଶିକ୍ଷା, ସୂଚିତ ଖାଦ୍ୟ ପସନ୍ଦ ଏବଂ ଏକ ମଜଭୁତ ଖାଦ୍ୟ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସକାଶେ ସଂସ୍ଥାନଗତ ଅଭିଜ୍ଞତା ଓ ଶିଳ୍ପର ଅଂଶଗ୍ରହଣ ଉପଯୋଗ କରିବାକୁ ଚାହୁଁଛି ।
ଏହି ସହଯୋଗୀତା ଆଇଟିସିଏଫ୍ଏସ୍ଏଏନ୍ ଏବଂ ଆମୱେ ଇଣ୍ଡିଆର ପରିପୂରଣକାରୀ ସାମର୍ଥ୍ୟ ଏକତ୍ରିତ କରୁଛି । ଭାରତର ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଆଇ), ରପ୍ତାନି ନିରୀକ୍ଷଣ ପରିଷଦ (ଇଆଇସି) ଏବଂ ବିଶ୍ୱ ବ୍ୟାଙ୍କର ଏକ ପ୍ରୟାସ ଗ୍ଲୋବାଲ ଫୁଡ ସେଫ୍ଟି ପାର୍ଟନରସିପ୍ (ଜିଏଫ୍ଏସ୍ପି) ଦ୍ୱାରା ମିଳିତ ଭାବରେ ସ୍ଥାପିତ ଆଇଟିସିଏଫ୍ଏସ୍ଏଏନ୍ ଏକ ଅଗ୍ରଣୀ ତାଲିମ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରୁଥିବାବେଳେ ଆମୱେ ଇଣ୍ଡିଆ ତାହାର ନ୍ୟୁଟ୍ରିଲାଇଟ୍ ଜରିଆରେ ୯୦ ବର୍ଷରୁ ଅଧିକ ବୈଶ୍ୱିକ ପୁଷ୍ଟିସାଧନ ଅଭିଜ୍ଞତାକୁ ଆଣିଛି । ସମ୍ମିଳିତ ଭାବରେ ଏହି ସହଭାଗୀତା ଉପଭୋକ୍ତା ସଚେତନତାକୁ ଆଗେଇନେବା, ପୁଷ୍ଟିସାଧନ ସମ୍ପର୍କିତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସୂଚିତ ତଥା ଦାୟିତ୍ୱସମ୍ପନ୍ନ ଖାଦ୍ୟ ପସନ୍ଦକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ।
Powered by Froala Editor