ମାସକରେ କମିଲାଣି ୨୧ ହଜାର ସୁନା
ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୫,୧୦୦ ଟଙ୍କା ଏବଂ ୧,୨୫,୫୭୦ ଟଙ୍କାକୁ ଖସିଆସିଛି । ଏଥିସହ ସୁନା ବର୍ଷକର ସବୁଠୁ ନିମ୍ନ ସ୍ତରକୁ ଖସିଆସିଛି ।
କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ହ୍ରାସ ହୋଇଛି। କିଲୋ ପିଛା ୫ ହଜାର ଟଙ୍କା କମି ୧ ଲକ୍ଷ ୪୭ ହଜାର ୫ ଶହ ଟଙ୍କାରେ ପହଞ୍ଚିଛି ରୁପା ଦର। ତେବେ ଆଗକୁ ବାହାଘର ସିଜନ୍ ଥିବାରୁ ଭାରତୀୟ ବଜାରରେ ସୁନା ଓ ରୁପାର ଚାହିଦା ବଢ଼ିବା ସମ୍ଭାବନା ରହିଛି।
ଗତବର୍ଷ ନଭେମ୍ବର ୨୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୨୩,୩୦୮ ଟଙ୍କାରେ ଥିଲା । ତେବେ ଚଳିତବର୍ଷର ସର୍ବୋଚ୍ଚ ସ୍ତରରୁ ୫୩୦୦୦ ଟଙ୍କା ଖସିଛି ଦର । ସମ୍ପ୍ରତି ୧୮ କ୍ୟାରେଟ ସୁନା ୯୪,୦୦୦ ଟଙ୍କାକୁ ଖସି ଆସିଛି । ୧୦ ଗ୍ରାମ ପିଛା ଏହା ୩୮୪୦ ଟଙ୍କା ହ୍ରାସ ପାଇ ୯୪,୧୮୦ ଟଙ୍କାକୁ ଆସିଯାଇଛି । ସେହିଭଳି କିଲୋଗ୍ରାମ ପିଛା ରୁପା ୫୦୦୦ ଟଙ୍କା ଶସ୍ତା ହୋଇ ୧,୭୫,୦୦୦ ଟଙ୍କା ହୋଇଛି । ନଭେମ୍ବର ୧୧ରୁ ୩୦,୦୦୦ ଟଙ୍କା ଖସିଲାଣି ରୁପା ଦର । ଚଳିତବର୍ଷ ଏହା ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବି ଚାଲିଯାଇଥିଲା । ବର୍ତ୍ତମାନ ଯେଉଁଭଳି ଭାବେ ଦର ଖସିଚାଲିଛି ଗ୍ରାହକଙ୍କ ମଧ୍ୟରେ ଭଲ ଉତ୍ସାହ ଦେଖିବାକୁ ମିଳିଛି ।
Powered by Froala Editor