ଯୁଦ୍ଧ ଯୋଗୁ କ୍ଷତି ସହିଛି ଏୟାର ଇଣ୍ଡିଆ
୨୨ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ କ୍ଷତି ସହିଛି ଏୟାର ଇଣ୍ଡିଆ । ଯୁଦ୍ଧ ଯୋଗୁ ବିମାନ ଇନ୍ଧନ ମହଙ୍ଗା ହୋଇଛି । ଏହା କମ୍ପାନିର ପରିଚାଳନା ଚାପକୁ ବଢ଼ାଇଛି । କମ୍ପାନି ଏବେ ଆର୍ଥକ ସଙ୍କଟ ଦେଇ ଗତି କରୁଥିବା ବେଳେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ଏବଂ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ନୋଏଲ ଟାଟାଙ୍କ ସମେତ ବିମାନ କମ୍ପାନିର ଅନ୍ୟ ଶୀର୍ଷ ଅଧିକାରୀମାନେ ଗୁରୁଗ୍ରାମ ଅଫିସ ପହଞ୍ଚି କମ୍ପାନିର କାର୍ଯ୍ୟଧାରା ସମ୍ପର୍କରେ ସମୀକ୍ଷା କରିଛନ୍ତି । କମ୍ପାନିର କ୍ଷତିକୁ କମ୍ କରିବା ନେଇ ବୋର୍ଡ ବୈଠକରେ ପଦକ୍ଷେପ ଆସିବ ବୋଲି ସୂଚନା ମିଳିଛି ।
ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସମନ୍ୱୟକୁ ଆହୁରି ଦୃଢ଼ କରିବା ସହ ଖର୍ଚ୍ଚକୁ ବ୍ୟବସ୍ଥିତ କରିବା ଉପରେ କମ୍ପାନି ଫୋକସ ଦେବ । ଖର୍ଚ୍ଚକୁ ବ୍ୟବସ୍ଥିତ କରିବା ଲାଗି ନୂଆ ସିଇଓ ତୋବୋଲ୍ଡେ ଗ୍ରାବିମରିଅମ୍ ଏକ ନୂଆ ଟିମ୍ ଗଢ଼ିଛନ୍ତି । ସେହିଭଳି ପାକିସ୍ତାନ ଆକାଶମାର୍ଗ ଦେଇ ବିମାନ ଚଳାଚଳ କଟକଣା ଯୋଗୁ ଏବେ କମ୍ପାନିଗୁଡ଼ିକୁ ଲମ୍ବା ରୁଟ୍ ଦେଇ ଯିବାକୁ ପଡ଼ୁଛି । ଫଳରେ ଏଥିଲାଗି ଅଧିକ ଇନ୍ଧନ ଆବଶ୍ୟକ ପଡ଼ୁଛି । ଯୋଗାଣ ସଙ୍କଟ ଯୋଗୁ ନୂଆ ବିମାନ କମ୍ପାନିକୁ ଏବେ ମିଳିପାରୁନି ।
Powered by Froala Editor