Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ...

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ...

  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ...

  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ...

  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ...

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ...

  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ...

  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ...

  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ...

ବାଣିଜ୍ୟ
Home ›› ବାଣିଜ୍ୟ ››ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

2026-11-18 09:03:53
13874
Share:
Facebook
Twitter
E-Mail
WhatsApp
Telegram
ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

ଭୁବନେଶ୍ୱର  : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଇନ୍ଧନ-ଦକ୍ଷ ଚୁଲା ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ପରିବାରଗୁଡ଼ିକୁ ରୋଷେଇ ପାଇଁ ଅଧିକ ସ୍ୱଚ୍ଛ, ନିରାପଦ ଏବଂ ଦକ୍ଷ ଉପାୟ ଯୋଗାଇ ଦେବା, ଯାହା ଘର ଭିତର ବାୟୁ ପ୍ରଦୂଷଣ, ଜାଳେଣି କାଠର ବ୍ୟବହାର ଓ ଏହା ସହ ଜଡିତ ସ୍ୱାସ୍ଥ୍ୟଗତ ବିପଦକୁ ହ୍ରାସ କରିବ।

ଇନ୍ଧନ-ଦକ୍ଷ ଚୁଲାଗୁଡ଼ିକ ଇନ୍ଧନର ଉତ୍ତମ ବ୍ୟବହାର ଓ ଧୂଆଁ ନିର୍ଗମନକୁ ହ୍ରାସ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ପରିବାରଗୁଡ଼ିକର ରୋଷେଇ ଖର୍ଚ୍ଚ କମାଇବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ସହାୟକ ହେଉଛି। ଏପର୍ଯ୍ୟନ୍ତ ଏହି ଦୁଇ ଜିଲ୍ଲାର ୩୩୦ରୁ ଅଧିକ ପରିବାରଙ୍କୁ ଏହି ଚୁଲା ବିତରଣ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଚୁଲବାଡ଼ିର ୨୦୦ ପରିବାର ଓ ଉପରମପଦରର ୨୪ ପରିବାର ଏଥିରୁ ଉପକୃତ ହୋଇଥିବାବେଳେ, ରାୟଗଡ଼ା ଜିଲ୍ଲାର ଡୁମେରପଦରର ୭୬ ପରିବାର ଏବଂ ବାଣ୍ଟେଜିର ୩୩ ପରିବାର ଇନ୍ଧନ-ଦକ୍ଷ ଚୁଲା ପାଇଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ଭିଏଏମଏଲ୍‌ର ଲକ୍ଷ୍ୟ ହେଉଛି ଉଭୟ8 ଜିଲ୍ଲାର ୧,୦୦୦ ପରିବାରଙ୍କ ପାଖରେ ପହଞ୍ଚିବା। ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ମହିଳା ଓ ଶିଶୁମାନେ ଏହି ପଦକ୍ଷେପରୁ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ସେମାନଙ୍କୁ ଧୂଆଁମୁକ୍ତ ପରିବେଶ, ଉନ୍ନତ ଶ୍ୱାସକ୍ରିୟା ସ୍ୱାସ୍ଥ୍ୟ ଏବଂ ଜାଳେଣି କାଠ ସଂଗ୍ରହରେ ବ୍ୟୟ ହେଉଥିବା ଦୀର୍ଘ ସମୟ ଓ ଶାରୀରିକ ପରିଶ୍ରମରୁ ମୁକ୍ତି ଦେବ।

ଏହି ପଦକ୍ଷେପ ସମ୍ପର୍କରେ ମତ ରଖି ଭିଏଏମଏଲ୍-ଲାଞ୍ଜିଗଡ଼ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, “ବେଦାନ୍ତରେ ଆମେ ବିଶ୍ୱାସ କରୁ ଯେ, ଅର୍ଥପୂର୍ଣ୍ଣ ବିକାଶ ଆମ ଆଖପାଖ ସମ୍ପ୍ରଦାୟର ଜୀବନଧାରଣର ମାନ ଉନ୍ନତ କରିବା ମାଧ୍ୟମରେ ଆରମ୍ଭ ହୋଇଥାଏ। ସ୍ୱଚ୍ଛ ଓ ଦକ୍ଷ ରୋଷେଇ ବ୍ୟବସ୍ଥାର ସୁବିଧା ପରିବାରଗୁଡ଼ିକର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହ ପରିବେଶ ଉପରେ ପଡୁଥିବା କୁପ୍ରଭାବକୁ ହ୍ରାସ କରିପାରିବ ଏବଂ ମହିଳାମାନଙ୍କର ଦୈନନ୍ଦିନ ପରିଶ୍ରମକୁ କମାଇପାରିବ। ଏହି ପଦକ୍ଷେପ ମାଧ୍ୟମରେ ଆମେ ଅଧିକ ସୁସ୍ଥ ଓ ସ୍ଥାୟୀ ଗ୍ରାମୀଣ ସମ୍ପ୍ରଦାୟ ଗଠନ ଦିଗରେ ଆଉ ଏକ ପଦକ୍ଷେପ ନେଉଛୁ, ଯାହା ଆମର ସମାବେଶୀ ବିକାଶ ଏବଂ ପ୍ରଗତି ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।”

ଚୁଲବାଡ଼ି ଗ୍ରାମର ଜଣେ ଉପକୃତ ହିତାଧିକାରୀ ନିଜର ଅନୁଭୂତି ବାଣ୍ଟି କହିଛନ୍ତି, “ନୂଆ ଚୁଲା ଆମ ପରିବାର ପାଇଁ ରୋଷେଇ କାମକୁ ବହୁତ ସହଜ କରିଦେଇଛି। ଘର ଭିତରେ ଧୂଆଁ ବହୁତ କମିଯାଇଛି ଏବଂ ଆମକୁ ପୂର୍ବ ଅପେକ୍ଷା କମ୍ ଜାଳେଣି କାଠର ଆବଶ୍ୟକତା ପଡ଼ୁଛି। ଏହା ଆମର ଦୈନନ୍ଦିନ ଜୀବନକୁ ଉନ୍ନତ କରିଛି ଏବଂ ଆମ ପିଲାମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଛି।”

ଏହି ପ୍ରକଳ୍ପ ଭିଏଏମଏଲ୍‌ର ସେହି ପ୍ରୟାସଗୁଡ଼ିକ ସହିତ ସମନ୍ୱିତ, ଯାହା ଅଞ୍ଚଳରେ ସ୍ୱଚ୍ଛ ଜୀବନଧାରଣ ପରିସ୍ଥିତିକୁ ପ୍ରୋତ୍ସାହନ ଦେବା ସହ ସମ୍ପ୍ରଦାୟର ଦୀର୍ଘକାଳୀନ କଲ୍ୟାଣକୁ ସମର୍ଥନ କରୁଛି।

‘ଚୁଲା’ ବିତରଣ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ ଏବଂ ପରିବେଶ ସଂରକ୍ଷଣ ଉପରେ କେନ୍ଦ୍ରିତ ଭିଏଏମଏଲ୍‌ର ବ୍ୟାପକ ସାମାଜିକ ପ୍ରଭାବ ପଦକ୍ଷେପଗୁଡ଼ିକର ଏକ ଅଂଶ। ଏଭଳି ପଦକ୍ଷେପ ମାଧ୍ୟମରେ ବେଦାନ୍ତର ସ୍ଥିରତା ପ୍ରୟାସ କଳାହାଣ୍ଡି ଓ ରାୟଗଡ଼ାର ବିକାଶକୁ ନିରନ୍ତର ଆଗେଇ ନେଉଛି। ଅଞ୍ଚଳର ସାମାଜିକ-ଆର୍ଥିକ ପ୍ରଗତିରେ ଏକ ପ୍ରମୁଖ ସହଯୋଗୀ ଭାବରେ, ଓଡ଼ିଶାରେ ବେଦାନ୍ତ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରି ସ୍ଥାୟୀ ବିକାଶକୁ ଆଗେଇ ନେବା ଓ ଗ୍ରାମୀଣ ସମ୍ପ୍ରଦାୟର ଜୀବନମାନ ଉନ୍ନତ କରିବା ପାଇଁ ପ୍ରତିବଦ୍ଧ।

Powered by Froala Editor

Tags VAML

Related articles Odisha News Lens 4.1

  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ...
    ଖେଳ ଖବର

    ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ...

    14463
    Nov 17, 2026
  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି
    ଦେଶ-ଦେଶାନ୍ତର

    କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି

    14723
    Nov 17, 2026
  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର
    ଦେଶ-ଦେଶାନ୍ତର

    ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14074
    Nov 18, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....
    ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    14972
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...
    ବାଣିଜ୍ୟ

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...

    13874
    Nov 18, 2026
  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ
    ଦେଶ-ଦେଶାନ୍ତର

    ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ

    14917
    Nov 17, 2026
  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌
    ଦେଶ-ଦେଶାନ୍ତର

    ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    14982
    Nov 18, 2026
  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍
    ଦେଶ-ଦେଶାନ୍ତର

    ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ୭ ଲକ୍ଷ ଲୁଟ୍

    15402
    Nov 18, 2026
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା
    ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13586
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13586
    Nov 18, 2026
  • ଦେଶ-ଦେଶାନ୍ତର

    ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    14982
    Nov 18, 2026
  • ଦେଶ-ଦେଶାନ୍ତର

    ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ

    14917
    Nov 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17290
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17995
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17949
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18363
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    14972
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14739
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14368
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15708
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14492
    Nov 07, 2026

ବାଣିଜ୍ୟ

ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

ଭୁବନେଶ୍ୱର  : ଓଡ଼ିଶାରେ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମଏଲ୍), ଲାଞ୍ଜିଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲ ...

  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    14976
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14757
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14057
    Nov 16, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

    14264
    Nov 14, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କ୍ୱାଡ୍ ନେତାଙ୍କ ଶିଖର ସମ୍ମିଳନୀ: ମୋଦୀ- ଟ୍ରମ୍ପ ହେବେ ଏକାଠି

    14723
    Nov 17, 2026
  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ

    14348
    Nov 18, 2026
  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14074
    Nov 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In