ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ପଞ୍ଚମ ଆନ୍ତଃବିଭାଗୀୟ କ୍ୟାରମ୍ ପ୍ରତିଯୋଗିତା ଉଦ୍ଘାଟିତ
ଭୁବନେଶ୍ୱର, ୧୭.୧୧.୨୦୨୬: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ (ST&SC Dev Department Cultural Association) ପକ୍ଷରୁ ଆୟୋଜିତ ପଞ୍ଚମ ଆନ୍ତଃବିଭାଗୀୟ କ୍ୟାରମ୍ ପ୍ରତିଯୋଗିତା–୨୦୨୬ ୟୁନିଟ-୧ ଭୁବନେଶ୍ୱର ଠାରେ ଉଦ୍ଘାଟିତ ହୋଇଯାଇଛି ।
ଉଦ୍ଘାଟନୀ ସମାରୋହରେ ନିର୍ଦ୍ଦେଶକ, ଅନୁସୂଚିତ ଜାତି କଲ୍ୟାଣ, ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ, ଆଇଏଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶେଷଦେବ ବେହେରା ସମ୍ମାନିତ ଅତିଥି ଏବଂ ଜାତୀୟ ସ୍ତରର କ୍ୟାରମ୍ ଖେଳାଳି ଶ୍ରୀ ଗୌତମ ପ୍ରସାଦ ଭୋଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଭୋଳ ଆସନ୍ତା ଡିସେମ୍ବର ୨୦୨୬ରେ ଇଟାଲୀରେ ଅନୁଷ୍ଠିତ ହେବାକୁ ଥିବା ୯ମ ବିଶ୍ୱ କ୍ୟାରମ୍ ଚାମ୍ପିଅନ୍ସିପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ଏହି ଅବସରରେ ସାଂସ୍କୃତିକ ପରିଷଦର ପରାମର୍ଶଦାତା ଶ୍ରୀ କମଳାକାନ୍ତ ଖଟୁଆ, ଶ୍ରୀ ବିପିନ ହାଁସଦା ଓ ଶ୍ରୀ ଅମିତ କୁମାର ମହାନ୍ତି, ସଭାପତି ଶ୍ରୀ ଦିବ୍ୟଜୀବନ ସାହୁ, ଉପସଭାପତି ଶ୍ରୀ ନାରାୟଣ ପ୍ରସନ୍ନ ମହାପାତ୍ର, ସାଧାରଣ ସମ୍ପାଦକ,ଶ୍ରୀ ଶିବ ପ୍ରସାଦ ହାଁସଦା, ଯୁଗ୍ମ ସମ୍ପାଦକ ଶ୍ରୀ ରବୀନ୍ଦ୍ର ମହାନ୍ତି, କ୍ରୀଡ଼ା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ନନ୍ଦନ ପ୍ରଧାନ, ଶ୍ରୀ ସୁବିମନ ମାଝୀ, ଶ୍ରୀ ସିକନ୍ଦର ଡିଗଲ, ଶ୍ରୀ ବିଷ୍ଣୁ ଚରଣ ନାଏକ, ମଧୁସ୍ମିତା, ଶ୍ରୀ ପ୍ରଦୀପ ହିଆଲ ଓ ପରିଷଦର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ୨୦ଟି ବିଭାଗର ଖେଳାଳି ଅଂଶଗ୍ରହଣ କରିଛନ୍ତି। କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସୁସ୍ଥ ପ୍ରତିଯୋଗିତା, ପାରସ୍ପରିକ ସମ୍ପର୍କ ଓ ଏକତାକୁ ସୁଦୃଢ଼ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ଏହି କ୍ୟାରମ୍ ପ୍ରତିଯୋଗିତା ଆସନ୍ତା ୪ ଡିସେମ୍ବର ୨୦୨୬ରେ ଉଦ୍ଯାପିତ ହେବ।
Powered by Froala Editor