Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ ...

  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ...

  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ...

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ...

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ ...

  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ...

  • ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ...

  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ...

ରାଜନୀତି
Home ›› ରାଜନୀତି ››ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

2026-11-20 16:35:28
15043
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

ନବୀନଙ୍କ ଶାସନ କାଳରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା ଓଡ଼ିଶା: ବିଜେଡି

ତ୍ରୁଟିଶୂନ୍ୟ ବିପର୍ଯ୍ୟୟ ପରିଚାଳନା ଉପରେ ଗୁରୁତ୍ୱାରୋପ କଲେ ବିଜେଡି ନେତା

ବିପଦ ସମୟରେ ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସଫଳ ବିପର୍ଯ୍ୟୟ ପରିଚାଳନା ମଡେଲକୁ ମନେ ପକାଇଲେ ଲୋକେ

ଭୁବନେଶ୍ୱର, ୨୦/୧୧/୨୦୨୬: ବାତ୍ୟା ‘ଅକୱାନ’ର ସଫଳ ମୁକାବିଲା ଉପରେ ଗୁରୁତ୍ୱାରୋପ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଗଠିତ ବାତ୍ୟା ମୁକାବିଲା ଟିମ୍ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରିଖଛନ୍ତି । ବାତ୍ୟା ସମ୍ୱେଦନଶୀଳ ଜିଲ୍ଲା ଗୁଡିକ ଦାୟିତ୍ୱରେ ଥିବା ବରିଷ୍ଠ ବିଜେଡି ନେତା ମାନେ ଜିଲ୍ଲା ପ୍ରଶାସନ ଗ୍ରହଣ କରୁଥିବା ପଦକ୍ଷେପ ଅନୁଧ୍ୟାନ କରିଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ ଜିଲ୍ଲା ପ୍ରସାଶନ ସହ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।

ଗତ ଅଢେଇ ବର୍ଷର ଶାସନ କାଳରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାରେ ବାରମ୍ବାର ବିଫଳ ହେଉଛନ୍ତି । ବାତ୍ୟା ଅର୍ଣ୍ଣବ ପରିଚାଳନାରେ ଖାମଖିଆଲି ମନୋଭାବ ଯୋଗୁଁ ରାଜ୍ୟ ସରକାର ବ୍ୟାପକ ବିଫଳତା ହାସଲ କରି ବିଭିନ୍ନ ବର୍ଗ ଦ୍ୱାରା ତୀବ୍ର ସମାଲୋଚନା ହୋଇଛନ୍ତି । ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ନେଇ ବିଜେଡି ଟିମ୍ ଗଠନ କରିଛନ୍ତି ।  

ଏହିକ୍ରମରେ ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ତାଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି, କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ । ଉକ୍ତ ପ୍ରତିନିଧି ଦଳ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ବାତ୍ୟା ମୁକାବିଲା ପାଇଁ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବ୍ରହ୍ମପୁରରେ ପହଞ୍ଚି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିପର୍ଯ୍ୟୟ ସମୟରେ ସଜାଗ ଓ ସତର୍କ ରହିବା ସହ ଜନସାଧାରଣଙ୍କୁ ସହାୟତା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ତୁମ୍ଭନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ପ୍ରତାପ ଜେନା ସମସ୍ତଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ୱନ କରିବା, ପରିସ୍ଥିତି ଉପରେ ନଜର ରଖିବା ଓ ଜନସାଧାରଣଙ୍କ ସହ ରହି ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ଅନୁରୋଧ କରିଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ର ସଭାପତି ଶ୍ରୀ ସୁଦାମ ମାରାଣ୍ଡି ବାଲେଶ୍ୱର ଜିଲ୍ଲାର "ଅକୱାନ୍' ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ବାଲେଶ୍ୱର ଜିଲ୍ଲାରେ ରିଲିଫ୍, ଉଦ୍ଧାର ଓ ଜନସାଧାରଣଙ୍କୁ ସହାୟତା କାର୍ଯ୍ୟର ତଦାରଖ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜନସାଧାରଣଙ୍କ ଜୀବନ ସୁରକ୍ଷା ଓ ଦୁର୍ଦ୍ଦଶା ହ୍ରାସ ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଶ୍ରୀ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଶ୍ରୀ ସୁଧାଂଶୁ ପରିଡ଼ା, ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଶ୍ରୀ ତାପସ ପାଣିଗ୍ରାହୀ ଓ ଶ୍ରୀ ହରେକୃଷ୍ଣ ସାହୁଙ୍କ ସମେତ ଦଳୀୟ ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ । 

କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ସ୍ଥିତି ତଦାରଖ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକ ସମ୍ୱେଦନଶୀଳ ଅଞ୍ଚଳ ମହାକାଳପଡ଼ାରେ ପହଞ୍ଚି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ
ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳୀୟ ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ସହ ବୈଠକ କରି ଆବଶ୍ୟକ ପ୍ରସ୍ତୁତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି ସୁଚାରୁ ଭାବେ ସମ୍ପାଦିତ ହେବ, ସେଥିପାଇଁ ସମନ୍ୱୟ ରଖି କାର୍ଯ୍ୟ କରିବ ବୋଲି ବିଜେଡି କହିଥିଲା ।

କନ୍ଧମାଳ ଜିଲ୍ଲାର ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ଭୂସ୍ଖଳନ ଅଞ୍ଚଳର ସ୍ଥିତି ତଦାରଖ କରିବା ସହ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିସ୍ଥିତି ଉପରେ ନଜର ରଖି ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ଏହି ବିପଦ ସମୟରେ ଓଡ଼ିଶାବାସୀଙ୍କ ପାଖରେ ଦୃଢ଼ ଭାବେ ଠିଆ ହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବିଜୁ ଜନତା ଦଳ ପ୍ରତିବଦ୍ଧ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସଫଳ ବିପର୍ଯ୍ୟୟ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା । ବିପର୍ଯ୍ୟୟ ସମୟରେ ସର୍ବଦା ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦିଆଯାଇଥିଲା । ବର୍ତ୍ତମାନ ମଧ୍ୟ ଜନସାଧାରଣଙ୍କ ଅମୂଲ୍ୟ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଜେଡି ବଦ୍ଧପରିକର ହୋଇ କାର୍ଯ୍ୟଧାରା ଜାରି ରଖିଛି । ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ସମ୍ୱେଦନଶୀଳ ଜିଲ୍ଲାରେ ବିଜେଡି ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କ ସହ ବାରମ୍ବାର ଆଲୋଚନା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ବାତ୍ୟା ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନହାନି ହେଉଛି ।

Powered by Froala Editor

Tags BJD, Naveen Patnaik

Related articles Odisha News Lens 4.1

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ
    ବାଣିଜ୍ୟ

    ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13769
    Nov 20, 2026
  • ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...
    ଦେଶ-ଦେଶାନ୍ତର

    ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆୟ ବୃଦ୍ଧି ...

    13600
    Nov 19, 2026
  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !
    ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14663
    Nov 20, 2026
  • ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର
    ମନୋରଞ୍ଜନ

    ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର

    15053
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14044
    Nov 20, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ
    ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15507
    Nov 20, 2026
  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା
    ରାଜନୀତି

    ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ କଲେ ବରିଷ୍ଠ ବିଜେଡି ନେତା

    15043
    Nov 20, 2026
  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...
    ରାଜନୀତି

    ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...

    14893
    Nov 20, 2026
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
    ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13583
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ମନମୋହନ ସାମଲ

    14893
    Nov 20, 2026
  • ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14044
    Nov 20, 2026
  • ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14663
    Nov 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17297
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18000
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18369
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15394
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14800
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14426
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15769
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14550
    Nov 07, 2026

ବାଣିଜ୍ୟ

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର: ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ବେଦାନ୍ତ ଆଲୁମିନିୟମ ରାୟଗଡ଼ା, କାଶିପୁର, ଭବାନୀପାଟଣା ...

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13769
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15725
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14350
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15200
    Nov 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14663
    Nov 20, 2026
  • ବିଶ୍ୱର ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ଶାହରୁଖ, ଆମିର

    15053
    Nov 20, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15507
    Nov 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In