Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ ...

  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ...

  • ବାତ୍ୟା ‘ଅକୱାନ’ ମୁକାବିଲା ନେଇ ତଦାରଖ ...

  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ...

  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ...

  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ...

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ ...

  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ...

ରାଜନୀତି
Home ›› ରାଜନୀତି ››ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

2026-11-20 16:57:20
14996
Share:
Facebook
Twitter
E-Mail
WhatsApp
Telegram
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

ଜୟପୁର: ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଗ୍ରାମାଞ୍ଚଳରେ କଂଗ୍ରେସ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି। ରାଜ୍ୟର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନର ନଭେମ୍ବର ୨୦ ତାରିଖର ଭୋଟ ଗଣତିରେ ଶାସକ ବିଜେପିକୁ ପଛରେ ପକାଇ କଂଗ୍ରେସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଉଭୟ କ୍ଷେତ୍ରରେ କଂଗ୍ରେସ ବିଜେପିଠାରୁ ଆଗରେ ରହିଛି। ଏହି ଫଳାଫଳ ରାଜସ୍ଥାନର ରାଜନୈତିକ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। 


ପ୍ରକାଶିତ ଫଳାଫଳ ଅନୁସାରେ, କଂଗ୍ରେସ ୨,୯୯୦ଟି ପଞ୍ଚାୟତ ସମିତି ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ବିଜେପି ୧,୭୯୫ଟି ଆସନ ହାସଲ କରିଛି। ଏହି ଦୁଇ ଦଳ ମଧ୍ୟରେ ଆସନ ସଂଖ୍ୟାର ବ୍ୟବଧାନ କଂଗ୍ରେସର ଗ୍ରାମାଞ୍ଚଳରେ ଉନ୍ନତ ପ୍ରଦର୍ଶନକୁ ସୂଚାଉଛି।


ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ କଂଗ୍ରେସ ୧୪୩ଟି ଆସନ ଜିତିଥିବାବେଳେ ବିଜେପି ୮୩ଟି ଆସନରେ ବିଜୟୀ ହୋଇଛି। ଏହି ସଂଖ୍ୟା ରାଜ୍ୟର ଗ୍ରାମାଞ୍ଚଳ ରାଜନୀତିରେ କଂଗ୍ରେସର ପ୍ରଭାବ ବୃଦ୍ଧିକୁ ଦର୍ଶାଉଛି। 


୨୦ ନଭେମ୍ବର ସନ୍ଧ୍ୟାରେ ପ୍ରକାଶିତ  ରିପୋର୍ଟ ଆଧାରରେ କଂଗ୍ରେସ ୧୪୩ ଜିଲ୍ଲା ପରିଷଦ ଆସନ ହାତେଇଥିବା ବେକେ ବିଜେପି ୮୩ ଜିଲ୍ଲା ପରିଷଦ ହାତେଇଛି।


ଏହି ଫଳାଫଳରେ କଂଗ୍ରେସ ଉଭୟ ସ୍ତରରେ ବିଜେପିଠାରୁ ଆଗରେ ରହିଛି। ଏହା କେବଳ ଆସନ ସଂଖ୍ୟାର ବିଜୟ ନୁହେଁ, ବରଂ ରାଜ୍ୟର ଗ୍ରାମାଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ।


 ରାଜସ୍ଥାନର ନାଗୌର ଜିଲ୍ଲାରେ ହନୁମାନ ବେନିୱାଲଙ୍କ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP) ଉଲ୍ଲେଖନୀୟ ସଫଳତା ପାଇଛି।


ଜିଲ୍ଲା ପରିଷଦର ମୋଟ ୩୭ଟି ଆସନ ମଧ୍ୟରୁ RLP ୧୯ଟି ଆସନ ଜିତି ସର୍ବବୃହତ୍ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ୧୧ଟି ଓ ବିଜେପି ୭ଟି ଆସନ ହାସଲ କରିଛି। ଏହି ଫଳାଫଳ ନାଗୌରରେ RLPର ଦୃଢ଼ ଜନାଧାରକୁ ପୁଣିଥରେ ସାମ୍ନାକୁ ଆଣିଛି। 


ଏହି ନିର୍ବାଚନରେ କେତେକ ବରିଷ୍ଠ ବିଜେପି ନେତାଙ୍କ ପରିବାର ସଦସ୍ୟଙ୍କ ପରାଜୟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟର ସହରାଞ୍ଚଳ ବିକାଶ ମନ୍ତ୍ରୀ ଝାବର ସିଂହ ଖର୍ରାଙ୍କ ପତ୍ନୀ ଶାନ୍ତି ଦେବୀ ନିର୍ବାଚନରେ ପରାଜିତ ହୋଇଛନ୍ତି। ତାଙ୍କ ପୁଅ ମଧ୍ୟ ପଞ୍ଚାୟତ ସମିତି ନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି।  ସିକର ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତି ମନୋଜ ବଟାଡଙ୍କ ପତ୍ନୀ ମଧ୍ୟ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ରାଜେନ୍ଦ୍ର ରାଠୋରଙ୍କ ପୁଅ ଓ ବୋହୂ ଚୁରୁ ଜିଲ୍ଲାରେ ଜିଲ୍ଲା ପରିଷଦ ନିର୍ବାଚନ ଜିତିଛନ୍ତି। 


ରାଜ୍ୟର ରାଜଧାନୀ ଜୟପୁରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ ଦଳ ବିଜେପିକୁ ପଛରେ ପକାଇଛି। ଏହା ଶାସକ ଦଳ ପାଇଁ ଏକ ରାଜନୈତିକ ଝଟକା ଭାବେ ଦେଖାଯାଉଛି। 

 

ରାଜସ୍ଥାନରେ ମୋଟ ୪୧ଟି ଜିଲ୍ଲାର ୧,୪୦୩ଟି ଜିଲ୍ଲା ପରିଷଦ ଆସନ ଏବଂ ୪୫୭ଟି ପଞ୍ଚାୟତ ସମିତିର ୮,୨୪୫ଟି ଆସନ ପାଇଁ ନିର୍ବାଚନ ହୋଇଛି। ଏଥିରେ ପ୍ରାୟ ୨୭,୮୭୨ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।


ଅକ୍ଟୋବର ୨୨, ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ନଭେମ୍ବର ୧୪ରେ ଚାରିଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ନଭେମ୍ବର ୨୦ରେ ୩୭ଟି ଜିଲ୍ଲାର ଭୋଟ ଗଣତି କରାଯାଇଛି। 


କୋଟା, ବାରାନ, କରୌଲି ଓ ଶ୍ରୀଗଙ୍ଗାନଗର ଜିଲ୍ଲାରେ ନିର୍ବାଚନ ଫଳାଫଳ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଏହି ଚାରିଟି ଜିଲ୍ଲାର ୧୨୮ଟି ଜିଲ୍ଲା ପରିଷଦ ଏବଂ ୭୦୨ଟି ପଞ୍ଚାୟତ ସମିତି ଆସନର ଭୋଟ ଗଣତି ଡିସେମ୍ବର ୧୭ରେ ହେବାକୁ ଧାର୍ଯ୍ୟ ହୋଇଛି। ବର୍ତ୍ତମାନର ସ୍ଥାନୀୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଡିସେମ୍ବର ୨୨ରେ ଶେଷ ହେଉଥିବାରୁ ଏହି ବ୍ୟବସ୍ଥା କରାଯାଇଛି। 


ରାଜସ୍ଥାନରେ ୨୦୨୮ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହି ପଞ୍ଚାୟତ ନିର୍ବାଚନକୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି।


ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ପାଇଁ ଏହି ଫଳାଫଳ ଆତ୍ମସମୀକ୍ଷାର ବିଷୟ ହୋଇପାରେ। ଅନ୍ୟପଟେ କଂଗ୍ରେସ ପାଇଁ ଏହା ରାଜ୍ୟରେ ନିଜର ସାଂଗଠନିକ ଶକ୍ତି ବଢ଼ାଇବା ଓ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମନୋବଳ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି କରିଛି।


ତେବେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ସିଧାସଳଖ ବିଧାନସଭା ନିର୍ବାଚନର ଜନମତ ଭାବେ ବିଚାର କରାଯାଇପାରିବ ନାହିଁ। ଏହା ଗ୍ରାମାଞ୍ଚଳର ରାଜନୈତିକ ପରିସ୍ଥିତିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମାତ୍ର।


ସାମଗ୍ରିକ ଭାବେ, ରାଜସ୍ଥାନର ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଏହି ପ୍ରଦର୍ଶନ ଦଳ ପାଇଁ ବଡ଼ ରାଜନୈତିକ ଉତ୍ସାହ ଆଣିଥିବାବେଳେ ଶାସକ ବିଜେପି ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି।

Powered by Froala Editor

Tags Congress

Related articles Odisha News Lens 4.1

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ
    ବାଣିଜ୍ୟ

    ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13771
    Nov 20, 2026
  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !
    ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14665
    Nov 20, 2026
  • ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା
    ରାଜନୀତି

    ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

    14996
    Nov 20, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...
    ବାଣିଜ୍ୟ

    ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, ...

    15402
    Nov 20, 2026
  • ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...
    ରାଜନୀତି

    ବରିଷ୍ଠ ବିଜେପି ନେତା ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଦଳ ...

    14896
    Nov 20, 2026
  • ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...
    ରାଜନୀତି

    ମୋଦୀଙ୍କ ବିରୋଧରେ ତଦନ୍ତ ଅଟକାଇଥିଲେ କଂଗ୍ରେସର କିଛି ନେତା! ବୀରାପ୍ପା ମୋଇଲିଙ୍କ ...

    13882
    Nov 20, 2026
  • ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ
    ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15509
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14047
    Nov 20, 2026
  • ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ
    ଦେଶ-ଦେଶାନ୍ତର

    ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେଟ

    13586
    Nov 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14665
    Nov 20, 2026
  • ଦେଶ-ଦେଶାନ୍ତର

    ଗୋଟିଏ ଫଟୋ ଭାଗ୍ୟ ଚମକାଇଲା: ୨ ବର୍ଷୀୟ ଶିଶୁର ଷ୍ଟାଇଲ୍ ଲୁକ୍ ଭାଇରାଲ

    15509
    Nov 20, 2026
  • ରାଜନୀତି

    ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଶକ୍ତ ଝଟକା

    14996
    Nov 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17297
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18000
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18369
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15394
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14800
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14426
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15769
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14550
    Nov 07, 2026

ବାଣିଜ୍ୟ

ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

ଭୁବନେଶ୍ୱର: ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ବେଦାନ୍ତ ଆଲୁମିନିୟମ ରାୟଗଡ଼ା, କାଶିପୁର, ଭବାନୀପାଟଣା ...

  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13771
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15726
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14350
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    15200
    Nov 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନଭେମ୍ବରରୁ ଡିସେମ୍ବରରେ ୫୨ ଲକ୍ଷ ବିବାହ !

    14665
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    13771
    Nov 20, 2026
  • ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ

    14047
    Nov 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In