Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ...

  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ...

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ...

  • ଛଟ୍ ପର୍ବ ସମୟରେ ମନ୍ତ୍ରୀଙ୍କ ଘରୁ ସୁନା ସହ ...

  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ...

  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ...

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ...

  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ...

  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

2026-11-18 09:31:24
15253
Share:
Facebook
Twitter
E-Mail
WhatsApp
Telegram
ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି (ଡିଏଲ୍‌ସିସି) ବୈଠକ ପୁରୀ ସିଡିଏଓ ସମ୍ମିଳନୀ କକ୍ଷରେ ପୁରୀର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଶ୍ରୀ ଶିବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ତ୍ରୟମାସିକ ସମନ୍ୱୟ ବୈଠକ, ୨୦୨୬ ମେ ମାସରେ ଅନୁଷ୍ଠିତ ଦ୍ୱିତୀୟ ଡିଏଲ୍‌ସିସି ବୈଠକର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା, ବିଭିନ୍ନ ସଂପୃକ୍ତ ବିଭାଗ (ଲାଇନ୍‌ ଡିପାର୍ଟମେଣ୍ଟ) ଗୁଡିକ ଦ୍ୱାରା ସମନ୍ୱୟ ପ୍ରତିଶ୍ରୁତିଗୁଡିକର ସ୍ଥିତି ଆକଳନ କରିବା ଏବଂ ପରବର୍ତ୍ତୀ ତ୍ରୈମାସିକ (ଡିସେମ୍ବର ୨୦୨୬- ଫେବୃଆରୀ ୨୦୨୭) ନିମନ୍ତେ କାର୍ଯ୍ୟ ଯୋଜନା ମିଳିତ ଭାବରେ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଉଦ୍ୟାନକୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ, ଉପଖଣ୍ଡ ବନ କାର୍ଯ୍ୟାଳୟ, ଜିଲ୍ଲା ପ୍ରାଣୀସମ୍ପଦ ବିକାଶ କାର୍ଯ୍ୟାଳୟ, ଜଳସେଚନ ବିଭାଗର ପ୍ରତିନିଧିଗଣ ଏବଂ ପୁରୀସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ ରୂପାୟନକାରୀ ସହଭାଗୀ ସଂସ୍ଥାର ଟିମ୍‌ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

୨୦୨୬ ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହି ଋତୁରେ ୭୧ଜଣ କୃଷକ ୪୮ ଏକର ଜମିରେ ଜଳବାୟୁ-ସହନଶୀଳ ଧାନ ଚାଷକୁ ଆପଣାଇଥିଲେ, ଯେଉଁଥିରେ ୧୭ଟି ଗ୍ରାମରେ ୩୦ ଜଣ କୃଷକଙ୍କ ଦ୍ୱାରା ଧାଡିରୁଆ, ଗତବର୍ଷର ପ୍ରଦର୍ଶନ ପରେ ୧୨ ଜଣ କୃଷକଙ୍କ ଦ୍ୱାରା ଏସ୍‌ଆରଆଇ ଆତ୍ମ-ଗ୍ରହଣୀୟତା, ବଗଲେଇ  ଗ୍ରାମରେ କୃଷି ବିଭାଗ ସହିତ ପିପିପି ବ୍ୟବସ୍ଥାରେ ୧୦ ଜଣ କୃଷକଙ୍କ ଦ୍ୱାରା ଯାନ୍ତ୍ରିକ ତଳିରୋପଣ, ୧୯ ଜଣ କୃଷକଙ୍କ ଦ୍ୱାରା ଜୈବସୁଦୃଢୀକୃତ (ବାୟୋଫର୍ଟିଫାଏଡ) ଡିଆର୍‌ଆର୍‌-୪୮ ଧାନ ଏବଂ ଓଏସ୍‌ଏସ୍‌ସିରୁ ପୁନଃକ୍ରୟ ସହାୟତା ସହିତ ଏକ ପିଏନ୍‌ଆର-୧୫୦୪୮ ବିହନ ଗ୍ରାମ ଅନ୍ତର୍ଭୁକ୍ତ ଥିଲା । କୃଷକମାନେ ମୋଟ ୨୮୫ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରାପ୍ତ କରିଥିଲେ, ୫୦ଟି ରୋଷେଇ ବଗିଚା ସ୍ଥାପନ ଏବଂ ଉଦ୍ୟାନକୃଷି ବିଭାଗରୁ ରୋପଣ ସାମଗ୍ରୀ ସହିତ ୪ଜଣ ମହିଳା କୃଷକ ହଳଦୀ ଚାଷ ହାତକୁ ନେଇଥିଲେ । କୋଡିଏ ଜଣ ମହିଳା ଏକ ଛତୁ ଉଦ୍ୟୋଗ ପରିଚାଳନା କରୁଛନ୍ତି ଏବଂ ମାସକୁ ପ୍ରାୟ ୧୫ ହଜାର ଟଙ୍କା ଉପାର୍ଜନ ହେଉଥିବାବେଳେ ଦୁଇଟି ମହିଳା ଏସ୍‌ଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ)ଙ୍କୁ ୧୯ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ମିଳିଥିଲା ତଥା କଣ୍ଟିଝଡିରେ ପାଞ୍ଚଟି ପରିବାର ପିଏମ୍‌ ସୂର୍ଯ୍ୟଘର ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର (ଛାତ ଉପରେ ସୌରଶକ୍ତି ପ୍ରକଳ୍ପ) ସ୍ଥାପନ କରିଥିଲେ । ଦ୍ୱିତୀୟ ଡିଏଲ୍‌ସିସି ପରେ ୯ଟି ବିଭାଗ ଓ ସଂସ୍ଥାଗୁଡିକ ନିକଟରୁ ୧୫.୧୬ ଲକ୍ଷ ଟଙ୍କା ଉପଯୋଗ କରାଯାଇଥିଲା ଏବଂ ଆଉ ୮ଟି ମଞ୍ଜୁରୀ ଅଥବା ଅନୁମୋଦନ ଅପେକ୍ଷାରେ ରହିଛି । ଦୁଇବର୍ଷ ମଧ୍ୟରେ ଏହି ପ୍ରକଳ୍ପ ବନକହାଣ୍ଡି ଓ ସିମିଳି ଗ୍ରାମ ପଞ୍ଚାୟତର ୨୨୪୧ ପରିବାର ନିକଟରେ ପହଞ୍ଚିସାରିଛି ଏବଂ ୯ଟି ସଂପୃକ୍ତ ବିଭାଗର ୧୩ଟି ଯୋଜନା ଜରିଆରେ ପ୍ରାୟ ୧.୫ କୋଟି ଟଙ୍କା ବ୍ୟବହାର କରାଯାଇଛି ।

ଏହି ଋତୁ ସିଧାସଳଖ ବିହନ ବୁଣା ଧାନ (ଡାଇରେକ୍ଟ ସିଡେଡ ରାଇସ୍‌ / ଡିଏସ୍‌ଆର) ଉପରେ ଏକ ମୁଖ୍ୟ ଆଲୋଚନା ସ୍ଥାନ ପାଇଥିଲା । ମୌସୁମୀ ବର୍ଷା ପ୍ରାୟ ୪୮% ନିଅଣ୍ଟିଆ ହେବା ଆଶା କରି ୧୫ ଜଣ ମହିଳା ଚାଷୀଙ୍କ ସମେତ ମୋଟ ୩୦ ଜଣ କୃଷକ ଜୁନ୍‌ ଶେଷସୁଦ୍ଧା ୩୦ ଏକର ଜମିରେ ଡିଏସ୍‌ଆର୍‌ ବୁଣିଥିଲେ; ତେବେ ୩୦ ଜୁନ୍‌ରୁ ୨୦ ଜୁଲାଇ ମଧ୍ୟରେ ପ୍ରବଳ ବର୍ଷା କାରଣରୁ ଗଜାଗଛଗୁଡିକ ପାଣିରେ ବୁଡିଯାଇଥିଲା ଏବଂ ପ୍ରାୟ ଅର୍ଦ୍ଧେକ ବିହନ ପଚିଯାଇଥିଲା । କୃଷି ବିଭାଗର ମାର୍ଗଦର୍ଶନରେ କୃଷକମାନେ ନର୍ସରୀରେ ପ୍ରସ୍ତୁତ କରାଯାଉଥିବା ବନ୍ୟା-ସହନଶୀଳ ସ୍ୱର୍ଣ୍ଣ ସବ୍‌-୧ ଓ ସ୍ଥାନୀୟ କିଷମ ଆଡକୁ ମୁହାଁଇଥିଲେ । ଏହି ଅନୁଭୂତି ୧୦-୧୫ ଦିନ ବୃଷ୍ଟିପାତ ଓ ମୃତ୍ତିକା-ଆର୍ଦ୍ରତା ପରାମର୍ଶ, ମରୁଡି ଓ ବନ୍ୟା-ସହନଶୀଳ ବିହନର ଆପତ୍‌କାଳୀନ ମହଜୁଦ ଏବଂ ଡିଏସ୍‌ଆର ଓ ପ୍ରତିରୋପଣ ମଧ୍ୟରେ ଅଗ୍ରାଧିକାର ଭିତ୍ତିକ ପରିବର୍ତ୍ତନ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲା, ଯାହା ପ୍ରକଳ୍ପର ଜଳବାୟୁ ସମ୍ପର୍କିତ ତଥ୍ୟକୁ ଚାଷୀମାନଙ୍କ ପାଇଁ ସମୟୋଚିତ, କାର୍ଯ୍ୟକ୍ଷମ ପରାମର୍ଶରେ ପରିଣତ କରିବା ଉପରେ ଧ୍ୟାନକୁ ଅଧିକ ମଜଭୁତ କରିଥିଲା । ଯୋଜନାର ଲକ୍ଷ୍ୟ ଓ ପାଣ୍ଠି ବ୍ଲକସ୍ତରରେ ପହଞ୍ଚାଣରେ ବିଳମ୍ବ ଓ ପରବର୍ତ୍ତୀ ପର୍ଯ୍ୟାୟ ସବ୍‌ସିଡିକୁ ନେଇ କ୍ଷୁଦ୍ରଚାଷୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରସଙ୍ଗକୁ ମଧ୍ୟ ଏକ ପ୍ରମୁଖ ସମନ୍ୱୟ ଚାଲେଞ୍ଜ ଭାବରେ ଆଲୋଚନା କରାଯାଇଥିଲା ।

ଆଲୋଚନା କାଳରେ ଡିସେମ୍ବର ୨୦୨୬- ଫେବୃାରୀ ୨୦୨୭ (ରବି ୨୦୨୬-୨୭) ନିମନ୍ତେ ବିଭାଗ-ୱାରାୀ ସମନ୍ୱୟ କାର୍ଯ୍ୟାନ୍ୱୟନ ଯୋଜନା ସମ୍ପର୍କରେ ଖୋଲା ଅଧିବେଶନରେ ଆଲୋଚନା କରାଯାଇ ତାହାକୁ ଚୂଡାନ୍ତ କରାଯାଇଥିଲା । ମୁଖ୍ୟ ପ୍ରସ୍ତାବଗୁଡିକ ମଧ୍ୟରେ ଯାନ୍ତ୍ରିକ ଉପାରେ ଧାଡି ରୁଆ ୩୦ ଜଣ କୃଷକଙ୍କର ୨୦ ଏକର ଜମିକୁ, ୧୦୫ ଏକର ଜମିରେ ଡାଲି ଚାଷକୁ ବୃଦ୍ଧି କରିବା, ଯେଉଁଥିରେ ୧୮୦ ଜଣ କୃଷକଙ୍କ ନିମନ୍ତେ ମୁଗ ଓ ୪୦ ଜଣ କୃଷକଙ୍କ ନିମନ୍ତେ ବିରି; ୮ ଏକର ଜମିରେ ୧୯ ଜଣ କୃଷକଙ୍କ ନିମନ୍ତେ ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ, ଉଦ୍ୟାନ କୃଷି ବିଭାଗ ନିକଟରୁ ପନିପରିବା ବିହନ, ଗେଣ୍ଡୁ ଫୁଲ ଓ ଛତୁଚାଷ ନିମନ୍ତେ ସମର୍ଥନ; ମତ୍ସ୍ୟ ବିଭାଗ ନିକଟରୁ ମତ୍ସ୍ୟ ପୋଖରୀ ଯୋଜନା, ବାୟୋ-ଫ୍ଲକ୍‌ ଏବଂ ମହିଳା ଏସ୍‌ଏଚଜି ମତ୍ସ୍ୟ ଚାଷ କାର୍ଯ୍ୟକ୍ରମ; ପ୍ରାଣୀସମ୍ପଦ ବିଭାଗ ନିକଟରୁ ଛେଳି, ଆଜୋଲା, କୁକୁଡା, ବତକ ଏବଂ ଘର ପଛପଟ ବାଡିରେ କୁକୁଡା ୟୁନିଟ ସ୍ଥାପନ; ଓଏଲ୍‌ଏମ ଜରିଆରେ ୧୦୦ ଜିଆଖତ ୟୁନିଟ; ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରୁ କ୍ଷେତ୍ରସ୍ତରୀୟ ତାଲିମ ସମର୍ଥନ; ଜଳସେଚନ ଉପଖଣ୍ଡ ଦ୍ୱାରା କ୍ଷୁଦ୍ର ଜଳସେଚନ କେନାଲ ମରାମତି ଏବଂ କେଭିକେ ପୁରୀ ନିକଟରୁ ବୈଷୟିକ ତାଲିମ ଓ ଯାନ୍ତ୍ରିକ ସମର୍ଥନ ଆଦି ଅନ୍ତର୍ଭୁକ୍ତ ।

Powered by Froala Editor

Tags DLCC

Related articles Odisha News Lens 4.1

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...
    ବାଣିଜ୍ୟ

    ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ...

    13887
    Nov 18, 2026
  • ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା
    ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13599
    Nov 18, 2026
  • ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ...
    ଖେଳ ଖବର

    ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ...

    14467
    Nov 17, 2026
  • ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ
    ଦେଶ-ଦେଶାନ୍ତର

    ଏବେ ଏକାଠି ହୋଇ ଆମକୁ ଭବିଷ୍ୟତ ପାଇଁ ଏକ ନୂତନ ମାର୍ଗ ପ୍ରସ୍ତୁତ କରିବାକୁ ପଡିବ: ମୋଦୀ

    14922
    Nov 17, 2026
  • ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ
    ଦେଶ-ଦେଶାନ୍ତର

    ସଂଗ୍ରହାଳୟକୁ ଆସିବ ହାଇଦ୍ରାବାଦ ନିଜାମଙ୍କ ମୂଲ୍ୟବାନ ରତ୍ନ

    14357
    Nov 18, 2026
  • ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌
    ଦେଶ-ଦେଶାନ୍ତର

    ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌

    14993
    Nov 18, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...
    ବାଣିଜ୍ୟ

    ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ...

    15253
    Nov 18, 2026
  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର
    ଦେଶ-ଦେଶାନ୍ତର

    ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14083
    Nov 18, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....
    ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    14977
    Nov 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14083
    Nov 18, 2026
  • ଦେଶ-ଦେଶାନ୍ତର

    ଖର୍ଚ୍ଚ ଚାପ : ଲୁଣ, ସସ୍‌ ଏବଂ ମସଲା ସବୁ ଦାମ୍ ବଢ଼ିଲା

    13599
    Nov 18, 2026
  • ବିଶେଷ

    ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    14977
    Nov 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17291
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17996
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17950
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18364
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    14977
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14740
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14369
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15709
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14493
    Nov 07, 2026

ବାଣିଜ୍ୟ

ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

ପୁରୀ: ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ବିଜ୍ଞାନର ସ୍ଥାନୀୟକରଣ (ଲୋକାଲାଇଜିଂ ଡାଟା ସାଇନ୍ସ ଫର୍‌ ଚେଞ୍ଜ ଆଡାପ୍‌ଟେସନ / ଏଲ୍‌ଡିଏସ୍‌ସିସିଏ) ପ୍ରକଳ୍ପ ଅଧୀନରେ ତୃତୀୟ ଜିଲ୍ଲାସ୍ତରୀୟ ସମନ ...

  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    13887
    Nov 18, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

    14980
    Nov 17, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14761
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    14061
    Nov 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସହାୟତା ଦେବା ଆଳରେ ରିଲ୍ ବନାଉଛନ୍ତି ଇନ୍‌ଫ୍ଲୁଏନ୍ସର

    14083
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    13887
    Nov 18, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15253
    Nov 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In