ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ
ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ ସୁନା ଦର କମିଛି ଏବଂ ଏହା ୨,୮୪୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୦,୬୦୦ ଟଙ୍କାକୁ ଚାଲିଆସିଛି। ଏହାପୂର୍ବରୁ ଗୁରୁବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତି ୧୦ ଗ୍ରାମ ୧,୫୩,୪୪୦ ଟଙ୍କାରେ ବନ୍ଦ ହୋଇଥିଲା।
ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ତୀବ୍ର ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ରୁପା ଦର ୮,୦୪୦ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୪୦,୭୦୦ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସ୍ତର। ଗତ କାରବାର ଦିବସରେ ରୁପା ପ୍ରତି କିଲୋଗ୍ରାମ ୨,୪୮,୭୪୦ ଟଙ୍କାରେ ବନ୍ଦ ହୋଇଥିଲା । ଏହାପୂର୍ବରୁ ଏପ୍ରିଲ ୭ ରେ ମଧ୍ୟ ରୁପା ପ୍ରତି କିଲୋଗ୍ରାମ ପ୍ରାୟ ୨,୪୦,୦୦୦ ଟଙ୍କା ସ୍ତରରେ କାରବାର କରିଥିଲା ।
ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା-ଇରାନ ଶାନ୍ତି ଚୁକ୍ତିର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟ ବଜାର ଉପରେ ପ୍ରଭାବ ପକାଉଛି । ବର୍ତ୍ତମାନ ନିବେଶକମାନେ ବିଶ୍ୱ ଅର୍ଥନୈତିକ ସଙ୍କେତ ଏବଂ ଆମେରିକାର ମୁଦ୍ରିକ ନୀତି (Monetary Policy) ଉପରେ ନଜର ରଖିଛନ୍ତି, ଯାହାର ପ୍ରଭାବ ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟରେ ଦେଖିବାକୁ ମିଳିପାରେ ।
ଏଚ୍ଡିଏଫ୍ସି ସିକ୍ୟୁରିଟିଜ୍ର ବରିଷ୍ଠ କମୋଡିଟି ବିଶ୍ଳେଷକ ସୌମିଲ ଗାନ୍ଧୀଙ୍କ କହିବାନୁସାରେ, ଡଲାର ଇଣ୍ଡେକ୍ସ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହାର ସିଧାସଳଖ ପ୍ରଭାବ ସୁନା ମୂଲ୍ୟ ଉପରେ ପଡ଼ିଛି।
Powered by Froala Editor