୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍ର ୫ ଦିନ ଭିତରେ ତାଙ୍କର ନୂଆ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇ ଦେଇଛନ୍ତି। ଜାକାରିଆ ସୋମବାର କାର୍ଯ୍ୟଭାର ଗ୍ରହଣ କରିଥିଲେ। ଟ୍ରମ୍ପ ତାଙ୍କ ନିଯୁକ୍ତି ଉପରେ ପୁନର୍ବିଚାର କରିବାକୁ କହିଥିଲେ। ସୂଚନା ଅନୁଯାୟୀ, ଓକିଲ ଭାବେ ଜାକାରିଆଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା। ପେପରଡାଇନ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଗ୍ରହଣ କରିଥିବା ଟ୍ରମ୍ପ ଘୋଷଣା କରିଥିଲେ। ମାତ୍ର କେଟିଙ୍କ ପାଖରେ ଓକିଲାତି ପ୍ରମାଣପତ୍ର ବି ନ ଥିଲା। ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଭୁଲ୍ବଶତଃ ନିଜ ସ୍ୱାମୀଙ୍କୁ ‘ମାଇଁ ପ୍ରେସିଡେଣ୍ଟ’ ତଥା ମୋ ରାଷ୍ଟ୍ରପତି ବୋଲି କହି ଦେଇଥିଲେ।
Powered by Froala Editor