ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ଆଉ ଏକ ବର୍ଷ ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଲୋକମାନେ ତାଙ୍କ କଥା ମାନି ସୁନା କିଣିବା କମାଇ ଦେଇଥିବାରୁ ଦେଶର ଅର୍ଥ ସଞ୍ଚୟ ହୋଇପାରିଛି ବୋଲି ସେ କହିଛନ୍ତି।
ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ବର୍ଷ ପୂର୍ବେ ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ ଯଦି ବହୁତ ଜରୁରୀ ନଥାଏ, ତେବେ ଦୟାକରି ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ। ମୋତେ ଖୁସି ଲାଗୁଛି ଯେ ଯେପରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ଗୋଟିଏ ଓଳି ଉପବାସ ରହିବା ଅନୁରୋଧକୁ ଦେଶବାସୀ ମାନିଥିଲେ, ଆଜି ବି ମୋ ଦେଶର ଚରିତ୍ର ଠିକ୍ ସେହିପରି ରହିଛି। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କ କଥାରେ ଦେଶବାସୀ ସୁନା କିଣିବା କମାଇ ଦେଇଛନ୍ତି, ଯାହାଫଳରେ ସୁନା ଦର ହ୍ରାସ ପାଇଛି ।”
ସେ ଆହୁରି କହିଛନ୍ତି, “ଉତ୍ତରପ୍ରଦେଶର ଜଣେ MP ଭାବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ସାଥୀମାନଙ୍କୁ ସ୍ୱାଗତ କରିବା ମୋ ପାଇଁ ଗର୍ବ ଓ ସୌଭାଗ୍ୟର ବିଷୟ। ମୋର ପ୍ରଥମ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର IITରେ ଥିଲା। ମୁଁ ଯେଉଁ ଉତ୍ସାହ ଓ ଆଶା ନେଇ IIT ଛାତ୍ରଛାତ୍ରୀଙ୍କ ଗହଣକୁ ଯାଇଥିଲି, ଠିକ୍ ସେହି ଉତ୍ସାହ ନେଇ ITI ଛାତ୍ରଛାତ୍ରୀଙ୍କ ପାଖକୁ ଆସିଛି। IIT ହେଉ ବା ITI, ଉଭୟ ମୋ ଦେଶର ପ୍ରକୃତ ସମ୍ପତ୍ତି, ସାମର୍ଥ୍ୟ ଏବଂ ଭବିଷ୍ୟତ।”
Powered by Froala Editor