ଆଖି ଭ୍ରୁଲତାରେ ଦାନ୍ତ
ତାମିଲନାଡୁର ମଦୁରାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୧୬ ବର୍ଷୀୟ ଜଣେ ବାଳକଙ୍କ ବାମ ଆଖି ଭ୍ରୁଲତା ଉପରେ ଏକ ଦାନ୍ତ ବାହାରିଥିବା ଏବଂ ଅସ୍ତ୍ରୋପଚାର ଜରିଆରେ ତାକୁ ବାହାର କରାଯାଇଥିବା ଜଣାପଡ଼ିଛି । ଡାକ୍ତରମାନଙ୍କ ଅନୁସାରେ, ଏହା ଏକ ଦୁର୍ଲଭ ସ୍ଥିତି। ଏହାକୁ ମେଡିକାଲ ଭାଷାରେ ‘ଏକ୍ଟୋପିକ୍ ଟୁଥ୍’ ବୋଲି କୁହାଯାଇଥାଏ ।
ବାଳକଙ୍କର ଭ୍ରୁଲତା ଉପରସ୍ଥ ସ୍ଥାନଟି କେବଳ ଫୁଲିଥିଲା । ସେଥିନେଇ ତାଙ୍କୁ କୌଣସି ପ୍ରକାର ଯନ୍ତ୍ରଣା ହେଉନଥିଲା । ତେବେ ପ୍ରାୟ ୧ ମାସ ଧରି ଫୁଲା ରହିବା ପରେ ସେ ମଦୁରାଇସ୍ଥିତ ଅରବିନ୍ଦ ଆଇ ହସ୍ପିଟାଲର ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତରମାନେ ସିଟି ସ୍କାନ ଦ୍ୱାରା ଯାଞ୍ଚ କରିବାରୁ ସେହି ଫୁଲା ସ୍ଥାନରେ ଏକ ପୂର୍ଣ୍ଣ ବିକଶିତ ଦାନ୍ତ ବାହାରିଥିବା ଜାଣିବାକୁ ପାଇଥିଲେ ।
ଡାକ୍ତରୀ ରିପୋର୍ଟ ଅନୁଯାୟୀ, ୧୬ ବର୍ଷୀୟ ବାଳକଟିର ବାମ ଆଖିର ଉପର ଆଖି ପତା ପ୍ରାୟ ଏକ ମାସ ଧରି ଫୁଲିଯାଇଥିଲା । ପରେ, ଆଖି ଏବଂ କପାଳ ମଧ୍ୟରେ ଦୁଇଟି କଠିନ, ଧଳା ରଙ୍ଗର କିଛି ଦେଖିବାକୁ ମିଳିଥିଲା । ଏହି ଅସ୍ୱାଭାବିକ ଗଠନକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଏକ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ପ୍ରକୃତ କାରଣ ଜାଣିବା ପାଇଁ ଏକ ଡାକ୍ତରୀ ପରୀକ୍ଷା ଆବଶ୍ୟକ । ସିଟି ସ୍କାନରେ ଡାକ୍ତର ଏକ ଦାନ୍ତ ବଢୁଥିଲା ଜାଣିବାକୁ ପାଇଲେ । ଡାକ୍ତରମାନେ ଏହା ମଧ୍ୟ ଯାଞ୍ଚ କରିଥିଲେ ଯେ, ଏହା ଟେରାଟୋମା ନାମକ ଏକ ବିରଳ ଟ୍ୟୁମରର ଅଂଶ କି ନାହିଁ । ପରେ ଡାକ୍ତରମାନେ ଏହାକୁ ଏକ୍ଟୋପିକ୍ ଦାନ୍ତ ବୋଲି ଚିହ୍ନଟ କରିଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ସେହି ଦାନ୍ତକୁ ବାହାର କରାଯାଇଛି ।
Powered by Froala Editor