ବ୍ରଶ୍ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
ଦାନ୍ତକୁ ସଫା କରିବା ପାଇଁ ବ୍ରଶ୍ର ବ୍ୟବହାର କରାଯାଏ। ଅନେକ ସମୟରେ ଏପରି ଦେଖାଯାଏ, ବ୍ରଶ୍ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇ ଥାଆନ୍ତି। ମାତ୍ର ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ।
ଦାନ୍ତର ଉପରିଭାଗ ଖୁବ ଶକ୍ତ। ଏହାସହ ମାଢି ସୁସ୍ଥ ରହିବା ଦ୍ୱାରା ଦାନ୍ତ ଶକ୍ତ ରହିଥାଏ। ମାତ୍ର ଏହି ସ୍ଥାନ ବିଭିନ୍ନ ପ୍ରକାର ଏସିଡ୍ ଦ୍ୱାରା ପ୍ରଭାବିତ ହୋଇଥାଏ। ବ୍ରଶ୍ କରିବା ସମୟରେ ମାଢି ଓ ଦାନ୍ତରେ ଭୋଜନର ଅଂଶ ଓ ବ୍ୟାକ୍ଟେରିଆ ଦୂର ହୋଇଯାଇଥାଏ। ଏହି ପ୍ରକ୍ରିୟା ଦ୍ୱାରା ଦାନ୍ତର ଉପର ଅଂଶ ଓ ମାଢି ପରିଷ୍କାର ହୋଇଥାଏ। ଏହାର ପ୍ରଭାବ ମଧ୍ୟ ରହିଥାଏ। ଫଳରେ ବ୍ରଶ୍ କରିବା ପରେ ତୁରନ୍ତ ଖାଦ୍ୟ ଖାଇଲେ ଦାନ୍ତର ଉପର ଅଂଶ ଓ ମାଢିରେ କୁପ୍ରଭାବ ପକାଏ।
ସାଧାରଣତଃ ମାର୍କେଟରେ ଉପଲବ୍ଧ ଦାନ୍ତ ଘଷା (ଟୁଥ୍ପେଷ୍ଟ୍)ରେ ପିଏଚ୍ ପ୍ରାୟ ୭.୫ରୁ ୯ ଯାଏଁ ଥାଏ। ଦାନ୍ତ ଘଷିବା ପରେ ଏହାର ପ୍ରଭାବରେ ପାଟିର ପିଏଚ୍ ପ୍ରାୟ ୬ ରୁ ୭.୫ ପର୍ୟ୍ୟନ୍ତ ହୋଇଥାଏ। ବ୍ରଶ୍ କରିବା ପରେ ଦାନ୍ତରେ ଥିବା ଏସିଡ୍ ଦୂର ହୋଇଥାଏ। ଫଳରେ ତୁରନ୍ତ ଖାଦ୍ୟ ଖାଇବା ଦ୍ୱାରା ମାଢି ଓ ଦାନ୍ତ ପାଇଁ ହାନିକାରକ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ ବ୍ରଶ୍ କରିବାର ତୁରନ୍ତ ପରେ ୨୦ ମିନିଟ୍ ଯାଏଁ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ। ଦାନ୍ତ ଘଷିବା ପରେ ପାଣି ପିଇପାରିବେ।
ବ୍ରଶ୍ କରିବାର ତୁରନ୍ତ ପରେ ରାଗୁଆ ଖାଦ୍ୟ, ଲୁଣିଆ ଖାଦ୍ୟ, ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ଷତିକାରକ ହୋଇଥାଏ। ଫଳରେ ମାଢିରେ ଯନ୍ତ୍ରଣା ଓ ଜଳାପୋଡା ହୋଇଥାଏ। ଏହାସହ ଚା’ କିମ୍ବା ମୃଦୁ ପାନୀୟ ମଧ୍ୟ ତୁରନ୍ତ ପିଅନ୍ତୁ ନାହିଁ।
Powered by Froala Editor