ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
ରାଜସ୍ଥାନ କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶରୁ ଖାଟୁଶ୍ୟାମ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଜିଲ୍ଲାପାଳ ପୀୟୁଷ ସମାରିୟା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ମିନି ବସ୍ରେ ଭୋପାଳର ୨୧ ଜଣ ଥିଲେ । ଯେଉଁଥିରେ ବୃଦ୍ଧ ଏବଂ ପିଲା ବି ଥିଲେ । ଖାଟୁଶ୍ୟାମ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ । ଟ୍ରାଭେଲରଟି ଭୋପାଳରୁ ଖାଟୁଶ୍ୟାମଜୀ ଅଭିମୁଖେ ଯାତ୍ରା କରୁଥିଲା । ଏହା କରାଡିଆ ଟୋଲ୍ ରୁ କିଛି କିଲୋମିଟର ଦୂରରେ ଥିବା ଏକ କଲଭର୍ଟରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସ୍ ଝରକା ଭାଙ୍ଗି ଆହତମାନଙ୍କୁ ଉଦ୍ଧାର କରାଯାଇଛି । ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା ।
ଅଧିକାଂଶ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେମାନଙ୍କ ହାତ ଏବଂ ଗୋଡରେ ମଧ୍ୟ ଫ୍ରାକ୍ଚର ହୋଇଛି । ଅଧିକାଂଶ ଆହତ ସିଟ୍ ମଝିରେ ଫସି ରହିବା ଯୋଗୁଁ ଏପରି ହୋଇଛି । ଜିଲ୍ଲାପାଳ ପୀୟୁଷ ସାମରିଆ ଏବଂ କୋଟା ରେଞ୍ଜ ଆଇଜି ହରେନ୍ଦ୍ର ମହାୱାର ଏମବିଏସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।
Powered by Froala Editor