ନେପାଳର କୋଶୀରେ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ: ଭାରତ, ନେପାଳ, ଭୁଟାନ, ବାଂଲାଦେଶ ଏବଂ ଚୀନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ପ୍ରାୟ ଦୁଇ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଜି ସକାଳେ ଲୋକମାନେ ଶୋଇଥିବାବେଳେ ହଠାତ୍ ଭୂମି ଥରି ଉଠିଥିଲା। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତର ରିପୋର୍ଟ ମିଳିନାହିଁ। କିନ୍ତୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ସକାଳ ପ୍ରାୟ ୭ଟା ୪ ମିନିଟ୍ ସମୟରେ ନେପାଳର କୋଶୀରେ ଭୂମିକମ୍ପ ହୋଇଥିଲା । ଏବଂ ଭାରତର ବିହାର ପର୍ଯ୍ୟନ୍ତ ଆତଙ୍କ ଖେଳିଯାଇଥିଲା। ସିକିମରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ବାଂଲାଦେଶ ଏବଂ ଚୀନ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା।
ମିଳିଥିବା ରିପୋର୍ଟ ମୁତାବକ ଆଜି ନେପାଳର କୋଶି ପ୍ରଦେଶରେ ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ଏହି ଭୂମିକମ୍ପ ବିହାରର ସମସ୍ତିପୁର ଏବଂ ସିକିମ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଯଦିଓ କେହି ମୃତାହତ ହୋଇନଥିଲେ। କିନ୍ତୁ ଏତେ ବର୍ଷ ପରେ ହଠାତ୍ ଭୂମିକମ୍ପ ହେବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
Powered by Froala Editor