ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବର ୧୬ ତାରିଖରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଦିଲ୍ଲୀରୁ ଢାକା ଫେରିବା ପାଇଁ ବାଂଲାଦେଶ ସରକାର ବିମାନର ବ୍ୟବସ୍ଥା କରନ୍ତୁ ବୋଲି ହସିନା ଅନୁରୋଧ କରିଛନ୍ତି। ଏଥିପାଇଁ ଦେଶର ଜାତୀୟ ବିମାନ ସେବା ସଂସ୍ଥା ‘ବିମାନ ଏୟାରଲାଇନ୍ସ’ ମାଧ୍ୟମରେ ତାଙ୍କୁ ଫେରାଇ ନେବାକୁ ସେନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ମଙ୍ଗଳବାର ରଏଟର୍ସ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି। ଏହା ସହ ଯାତ୍ରା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ହସିନାଙ୍କ ମୁଖପାତ୍ର ସୟଦ ମୋଜାମେଲ ଅଲୀ ରଏଟର୍ସକୁ କହିଛନ୍ତି ଯେ, ଡିସେମ୍ବର ୧୬ ବାଂଲାଦେଶର ବିଜୟ ଦିବସ। ଏହି ବିଶେଷ ଦିନରେ ହସିନା ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ୨୦୨୪ ଅଗଷ୍ଟ ୫ ତାରିଖରେ ବାଂଲାଦେଶର ଏକ ବିମାନରେ ହସିନାଙ୍କୁ ଭାରତ ଅଣାଯାଇଥିଲା। ତେଣୁ ଏବେ ତାଙ୍କୁ ଦିଲ୍ଲୀରୁ ଢାକା ଫେରାଇ ନେବା ପାଇଁ ବିମାନର ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ। ତାଙ୍କୁ ସମ୍ବିଧାନ ବିରୋଧୀ ଭାବେ ଦେଶ ଛାଡ଼ିବାକୁ ପଡ଼ିଥିଲା ବୋଲି ମଧ୍ୟ ସେ ଦାବି କରିଛନ୍ତି।
Powered by Froala Editor