ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......
ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଘରେ ଥିବା ପ୍ରତ୍ୟେକ ଜିନିଷର ମହତ୍ତ୍ୱ ଥିବା ସହ ଏହାର ପ୍ରଭାବ ଜୀବନ ଓ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡିଥାଏ। ତେବେ ଖୁବ କମ୍ ଲୋକେ ଜାଣିଥିବେ, ଶୋଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କିଛି ଜିନିଷ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହାକୁ ଶୋଇବା ସମୟରେ ପାଖରେ ରଖିବା ଦ୍ୱାରା ଅର୍ଥର ଅଭାବ ହୋଇନଥାଏ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ବାସ୍ତୁ ଅନୁଯାୟୀ, ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ଶୋଇବା ସମୟରେ ମୁଣ୍ଡ ଉପରେ ପୂର୍ବ ଦିଗରେ ଏକ ମୁଦ୍ରା (କଏନ୍) ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ସବୁଜ ଗୁଜୁରାତି – ରାତିରେ ଉତ୍ତମ ନିଦ ହେଉନଥିଲେ କିମ୍ବା ବାରମ୍ବାର ନିଦ ଭାଙ୍ଗୁଥିଲେ, ମୁଣ୍ଡ ଉପରେ ସବୁଜ ଗୁଜୁରାତି ମଧ୍ୟ ରଖନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ନିଦ ହୋଇଥାଏ। ଏହାସହ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ।
ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ, ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ନିଜ ମୁଣ୍ଡ ଉପରେ ରଖନ୍ତୁ। ସକାଳେ ଉଠିବା ପରେ ସେହି ପାଣି ଗଛ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
Powered by Froala Editor