ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ
ବର୍ଷୀୟାନ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡଭାନୀ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ କାରଣରୁ ୯୮ ବର୍ଷୀୟ ଆଡଭାନୀଙ୍କୁ ପଲ୍ମୋନାରି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
୯୮ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କୁ ଛାତିରୋଗ ବିଭାଗରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ୨୦୨୪ରେ ତାଙ୍କୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଆଡଭାନୀ ୧୯୯୮ରୁ ୨୦୦୪ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୪ ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା। ଲାଲକୃଷ୍ଣ ଆଡଭାନୀ ୩ ଥର ବିଜେପିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ୧୯୮୬ରୁ ୧୯୯୦, ୧୯୯୩ ରୁ ୧୯୯୮, ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।
Powered by Froala Editor