‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର୍ ରାମ ଚରଣ ଓ ଲୋକପ୍ରିୟ ନିର୍ଦ୍ଦେଶକ ସୁକୁମାର। ଏହାର ଟାଇଟଲ୍ ଅସ୍ଥାୟୀ ଭାବେ ‘ଆର୍ସି-୧୭’ ରଖାଯାଇଛି। ଏହି ଫିଲ୍ମକୁ ନେଇ ଏବେ ଆଉ ଏକ ଖବର ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି। ‘ଧୁରନ୍ଧର’ ଫେମ୍ ଅଭିନେତ୍ରୀ ସାରା ଅର୍ଜୁନ ଏଥିରେ ମୁଖ୍ୟ ନାୟିକା ଭାବେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏହି ଖବର ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ସାରାଙ୍କ ଅଭିନୟ କ୍ୟାରିୟର୍ରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହୋଇପାରେ। ସୁକୁମାରଙ୍କ ଭଳି ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ଫିଲ୍ମରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବାର ସୁଯୋଗ ତାଙ୍କ କ୍ୟାରିୟର୍କୁ ନୂଆ ଦିଗ ଦେଇପାରେ।
ତେବେ ଏ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏଯାଏଁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ଏନେଇ ନିର୍ମାତା ସାରାଙ୍କ ସହ ଆଲୋଚନା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ଫିଲ୍ମର ପ୍ରାକ୍-ପ୍ରଯୋଜନା କାର୍ଯ୍ୟ ଜାରି ରହିଛି। ଆସନ୍ତା ଡିସେମ୍ବରରେ ଏହାର ମୁଖ୍ୟ ଫଟୋଗ୍ରାଫି ଆରମ୍ଭ କରିବାକୁ ନିର୍ମାତା ଯୋଜନା କରୁଥିବା ଜଣାପଡ଼ିଛି।
Powered by Froala Editor