ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
ଆମିର ଖାନଙ୍କ ପ୍ରଡକ୍ସନ ସର୍ବଦା ରିୟଲ ଲାଇଫ୍ ଏକ୍ସପେରିଏନ୍ସ ଓ ସାମାଜିକ ପରିବର୍ତ୍ତନ ଉପରେ ଆଧାରିତ କାହାଣୀ ତିଆରି କରିଥାଏ। ଅନେକ ବର୍ଷରୁ ଏହି ପ୍ରଡକ୍ସନ ହାଉସ୍ ଅନେକ ବାସ୍ତବ ଜୀବନର କାହାଣୀ କହିଛି, ଯାହା ସମାଜ ଉପରେ ପ୍ରଭାବ ପକାଇଛି। ଆମିର ଖାନଙ୍କ ପ୍ରଡକ୍ସନ ହାଉସ ଏକ ନୂଆ ଡକ୍ୟୁମେଣ୍ଟ୍ରିର ଘୋଷଣା କରିଛି। ଏହି ଡକ୍ୟୁମେଣ୍ଟ୍ରିଟି ଖୁବ୍ ସ୍ୱତନ୍ତ୍ର। କାରଣ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ଯାତ୍ରା ଉପରେ ଆଧାରିତ।
ଭେରାଇଟି ଇଣ୍ଡିଆର ରିପୋର୍ଟ ମୁତାବିକ, ଡକ୍ୟୁମେଣ୍ଟ୍ରୀରେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଯାତ୍ରାକୁ ପ୍ରଦର୍ଶିତ କରାଯିବ। କେମିତି ସେ ଓଡିଶାର ଏକ ଛୋଟିଆ ଗାଁରୁ ଭାରତର ପ୍ରଥମ ଟ୍ରାଇଭାଲ ରାଷ୍ଟ୍ରପତି ହୋଇ ପାରିଛନ୍ତି। ଏଥିରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନର ବ୍ୟକ୍ତିଗତ କାହାଣୀ ଓ ସଂଘର୍ଷର କଥା, ଯାହାକୁ ସେ ସହ୍ୟ କରି ଏହି ସଫଳତାରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଯାହା ତାଙ୍କର ପବ୍ଲିକ୍ ସର୍ଭିସ ରହିଛି , ସେସବୁକୁ ଚିତ୍ରଣ କରାଯିବ।
ଏହି ଫିଲ୍ମ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ମଧ୍ୟ ସୁଟିଂ ଆରମ୍ଭ ହୋଇ ଯାଇଛି। ସ୍ଥାନୀୟ କଳାକାରଙ୍କୁ ଏଥିପାଇଁ କାଷ୍ଟ କରାଯାଉଛି। ଫିଲ୍ମମେକର ଓ ରାଇଟର ସ୍ୱାତି ଚକ୍ରବର୍ତ୍ତୀ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି।ତାଙ୍କର ବ୍ୟକ୍ତିଗତ କାହାଣୀକୁ ଦେଖାଇବା ବ୍ୟତୀତ , ଏହି ଫିଲ୍ମ ତାଙ୍କର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ସେହି ମୁହୂର୍ତ୍ତକୁ ମଧ୍ୟ ପ୍ରଦର୍ଶିତ କରାଯିବ।
Powered by Froala Editor