ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....
ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି। ସେଥିପାଇଁ ପାଟିରେ ଘା’ ହେଲେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରାଇ ନିଅନ୍ତୁ। ଏହାକୁ ଅବହେଳା କଲେ ତାହା ପରବର୍ତ୍ତୀ ସମୟରେ ଆଉ କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ତେବେ ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଯେତେବେଳେ ଶରୀରରେ ଭିଟାମିନ୍ ବି ଯୁକ୍ତ ଉପାଦାନ (ବି-୧, ବି-୨,ବି-୩ ଏବଂ ବି-୬) ଅଭାବ ଘଟେ ସେତେବେଳେ ପାଟିରେ ଘା’ ହୋଇଥାଏ। ଅନ୍ୟପକ୍ଷରେ ଶରୀରରେ ଜଳୀୟ ଅଂଶ ଅସନ୍ତୁଳିତ ରହିଲେ, ଜିଭ ଅଧିକାଂଶ ସମୟ ଶୁଖିଲା ରହିଲେ କିମ୍ବା ପାଟିରୁ କମ୍ ଲାଳ ବାହାରିଲେ ଏପରି ସମସ୍ୟା ଦେଖାଦେଇଥାଏ। ବେଳେବେଳେ ଅତ୍ୟଧିକ ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ପାଟିରେ ଘା’ ସୃଷ୍ଟି ହୋଇଥାଏ। ନିଶାଦ୍ରବ୍ୟ ସେବନ ହେଉଛି ଏହାର ଅନ୍ୟତମ ପ୍ରମୁଖ କାରଣ। ତେବେ ଏଥିରୁ ରକ୍ଷା ପାଇବାକୁ ପାଟିକୁ ଭଲ ଭାବେ ସଫା କରିବା ସହ ଭିଟାମିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ।
Powered by Froala Editor