ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ
ହସ, କାନ୍ଦ ପରି ରାଗ ମଧ୍ୟ ଏକ ସ୍ବାଭାବିକ ପ୍ରତିକ୍ରିୟା। ପ୍ରତ୍ୟେକ ମଣିଷ କୌଣସି ନା କୌଣସି କାରଣରୁ ରାଗିଥାନ୍ତି। ହେଲେ ଏହାକୁ ଯେତେ କମ୍ କରିବା, ଆମ ନିଜ ପାଇଁ ସେତେ ଭଲ। ଆପଣ ଜାଣନ୍ତି କି, ମାତ୍ର କେତେ ମିନିଟ୍ର ରାଗ ପାଇଁ ଆମକୁ କେଉଁସବୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିପାରେ?
-ବିଜ୍ଞାନ ଅନୁସାରେ, ମାତ୍ର ଏକ ମିନିଟ୍ର ରାଗ ଆମ ରୋଗ ପ୍ରତିରୋଧକ ପ୍ରକ୍ରିୟାକୁ ୪-୫ ଘଣ୍ଟା ପର୍ଯ୍ୟନ୍ତ ପଛାଇ ଦେଇପାରେ।
- ମାତ୍ରାଧିକ ରାଗୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ୍ରୋଗ, ବ୍ରେନ୍ ଷ୍ଟ୍ରୋକ୍ ଓ ରକ୍ତଚାପ ଆଶଙ୍କା ଯଥେଷ୍ଟ ଅଧିକ। ଅତ୍ୟଧିକ ରାଗ ଯୋଗୁଁ ୨ ଘଣ୍ଟା ପର୍ଯ୍ୟନ୍ତ ହୃଦ୍ଘାତ ଓ ଷ୍ଟ୍ରୋକ୍ର ଆଶଙ୍କା ବୃଦ୍ଧି ହୁଏ।
- ଯଦି ଆମେ ୮ ମିନିଟ୍ ପର୍ଯ୍ୟନ୍ତ ରାଗିକି ରହୁ, ତେବେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଆମ ଶରୀରର ରକ୍ତ ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା ରହେ।
- କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ରାଗ ମସ୍ତିଷ୍କକୁ ବୟସ୍କ କରିଦିଏ, ବିଶେଷ କରି ମସ୍ତିଷ୍କର ସେହି ଅଂଶକୁ, ଯାହା ଭାବପ୍ରବଣତାକୁ ନିୟନ୍ତ୍ରିତ କରିଥାଏ।
- ଶାରୀରିକ ସମସ୍ୟା ବ୍ୟତୀତ ରାଗ ମାନସିକ ଓ ସାମାଜିକ ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ। ମାତ୍ର କିଛି ସେକେଣ୍ଡ୍ର ରାଗ ଆମ ଜୀବନକୁ ଛାରଖାର୍ କରିଦେଇପାରେ।
Powered by Froala Editor