ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
ନୂଆଦିଲ୍ଲୀ : ସଫା ମନା କରି ଦେଲେ ହାଇକୋର୍ଟ। ହଟିବନି ଟେଲିଗ୍ରାମ ବ୍ୟାନ। ଟେଲିଗ୍ରାମ୍ ବ୍ୟାନ ବଜାୟ ରଖିଲେ ଦିଲ୍ଲୀ ହାଇକୋର୍ଟ। ନିଟ୍-ୟୁଜି ପୁନଃପରୀକ୍ଷା ପୂର୍ବରୁ, ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏତେ ବଡ଼ ଜାତୀୟ ପରୀକ୍ଷାର ସୁରକ୍ଷା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବା ଏବଂ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବାର ସମ୍ପୂର୍ଣ୍ଣ ଆଇନଗତ ଅଧିକାର ସରକାରଙ୍କର ଅଛି। ଏବେ ଜୁନ୍ ୨୨ ପର୍ଯ୍ୟନ୍ତ ସମଗ୍ର ଭାରତରେ ଟେଲିଗ୍ରାମ ବ୍ୟାନ୍ ରହିବ।
ଶୁକ୍ରବାର ସକାଳ ୧୦:୩୦ରେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ତେଜସ କାରିଆଙ୍କ ଏକକ ବିଚାରପତି ଖଣ୍ଡପୀଠ ତାଙ୍କ ରାୟ ଶୁଣାଇଛନ୍ତି। ସେ ଟେଲିଗ୍ରାମର ଆବେଦନକୁ ଖାରଜ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୯ଏ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକକୁ କୋର୍ଟ ସମର୍ଥନ କରିଛନ୍ତି।
Powered by Froala Editor