ସାମୟିକ ଭାବେ ଲକ୍ଡାଉନ୍ ହେଲା ହ୍ବାଇଟ୍ ହାଉସ୍, ଜାଣନ୍ତୁ କାହିଁକି?
ଓ୍ବାଶିଂଟନ: ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଥିବା ସମୟରେ ଏକ କାର୍ ଏହା ପାଖରେ ଥିବା ଏକ ସାଇନ୍ ପୋଷ୍ଟକୁ ଧକ୍କା ଦେବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଏହି ଘଟଣା ପରେ ସୋମବାର ସକାଳେ ହ୍ବାଇଟ୍ ହାଉସ୍କୁ ସାମୟିକ ଭାବେ ଲକ୍ଡାଉନ୍ କରାଯାଇଥିଲା।
ହ୍ବାଇଟ୍ ହାଉସ୍ ଉତ୍ତର ପାର୍ଶ୍ୱରେ ଥିବା ଲାଫାୟେଟ୍ ପାର୍କ ପେଭ୍ମେଣ୍ଟରେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟାରେ ଏହି ଘଟଣା ଘଟିଥିଲା। ପାସେଞ୍ଜର କାର୍ର ଡ୍ରାଇଭର ସିକ୍ରେଟ୍ ସର୍ଭିସ୍ ଓ ନ୍ୟାସନାଲ ଗାର୍ଡ ସହ ଯୁକ୍ତି କରିଥିଲେ। ସିକ୍ରେଟ୍ ସର୍ଭିସ ହ୍ବାଇଟ୍ ହାଉସ୍କୁ ଲକ୍ଡାଉନ୍ରେ ରଖିଥିଲେ।
ସାଇନ୍ ପୋଷ୍ଟକୁ କାର୍ ଧକ୍କା ଦେବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଲାଫାୟେଟେ ପାର୍କ ଉତ୍ତରପଶ୍ଚିମ କୋଣ ନିକଟରେ ଏକ ବ୍ୟାରିକେଡ୍କୁ ଡେଇଁଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ କରିଛନ୍ତି। ସିକ୍ରେଟ୍ ସର୍ଭିସ୍ ଉଭୟ ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor