ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି
ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ୍ରତିଶତ ବଢ଼ି ଦିନର ସର୍ବୋଚ୍ଚ ସ୍ତର ୧,୩୦୦ ଟଙ୍କାରେ ପହଞ୍ଚିଥିଲା। ଏହା ସହିତ ତାଙ୍କର ମୋଟ ସମ୍ପତ୍ତି ୮୫.୭ ବିଲିୟନ ଡଲାର ବା ପ୍ରାୟ ୮.୧୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୦ ପରଠାରୁ ରିଲାଏନ୍ସ ସେୟାରରେ ଏହା ସବୁଠାରୁ ବଡ଼ ବୃଦ୍ଧି ବୋଲି କୁହାଯାଉଛି।
ରିପୋର୍ଟ ଅନୁସାରେ, ୮୫.୭ ବିଲିୟନ ଡଲାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୨୨ତମ ସ୍ଥାନକୁ ଉଠିଛନ୍ତି। ତେବେ ଏସିଆର ଧନୀ ତାଲିକାରେ ଗୌତମ ଅଦାନୀ ତାଙ୍କଠାରୁ ଆଗରେ ରହିଛନ୍ତି।
ଏପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆର୍ଥିକ ବର୍ଷ ୨୦୨୬-୨୭ର ଦ୍ୱିତୀୟ ତ୍ରୈମାସିକରେ ଭଲ ପ୍ରଦର୍ଶନ କରିଛି। କମ୍ପାନୀର କନସୋଲିଡେଟେଡ୍ ରେଭିନ୍ୟୁ ବାର୍ଷିକ ଆଧାରରେ ୨୮ ପ୍ରତିଶତ ବଢ଼ି ୩.୬୨ ଲକ୍ଷ କୋଟି ଟଙ୍କା ହୋଇଛି। EBITDA ୨୪ ପ୍ରତିଶତ ବୃଦ୍ଧି ପାଇ ୬୨,୪୦୯ କୋଟି ଟଙ୍କାରେ ପହଞ୍ଚିଛି। କମ୍ପାନୀର ନିଟ୍ ପ୍ରଫିଟ୍ ୩୪ ପ୍ରତିଶତ ବଢ଼ି ୨୯,୫୫୦ କୋଟି ଟଙ୍କା ହୋଇଛି।
Powered by Froala Editor