ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକପ୍ଟର ଧକ୍କା, ପର୍ଯ୍ୟଟକଙ୍କ ମୃତ୍ୟୁ
ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି କମ୍ପାନୀର ଦୁଇଟି ହେଲିକପ୍ଟର ଧକ୍କା ହୋଇଥିବା ନେପାଳ ପୁଲିସ ଅଧିକାରୀ ମୌସମ୍ ତମାଙ୍ଗ ସୂଚନା ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ଅବତରଣ ସମୟରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା। କୁହାଯାଉଛି, ନେପାଳର ସୋଲୁଖୁମ୍ବୁରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିବା ଦେଖାଯାଉଛି। ଭିଡିଓରେ ଘଟଣାସ୍ଥଳ ନିକଟରେ ଅନେକ ଲୋକଙ୍କୁ ଠିଆ ହୋଇଥିବାର ଦେଖାଯାଉଛି।
ପ୍ରାଥମିକ ସୂଚନା ଅଣୁଯାୟୀ, ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୧ରେ ଲ୍ୟାଣ୍ଡିଂ କରିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛନ୍ତି । ସୋଲୁଖୁମ୍ବୁ ଜିଲ୍ଲାର ଖୁମ୍ବୁ ପାସାଙ୍ଗ ଲାମୁ ପୌରପାଳିକାର ୪ ନମ୍ଵର ୱାର୍ଡ ସ୍ଥିତ ଫେରେଚେରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ ପଟେଲ । ତାଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ନେପାଳୀ ପାଇଲଟ ରବୀନ୍ଦ୍ର ପ୍ରଜାପତି ଏବଂ ପ୍ରଜ୍ଵଳ କେସି ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଛି ।
Powered by Froala Editor