ନୋରାଙ୍କୁ ପୁଣି ସମନ ଜାରି
୨୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାକୁ ନେଇ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପୁଣି ବଢ଼ିଛି ଅଦାଲତି ଅଡ଼ୁଆ। ମାମଲାରେ ସାକ୍ଷ୍ୟ ଦେବା ପାଇଁ ନଭେମ୍ବର ୬ ତାରିଖରେ ହାଜର ହେବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ନୂଆ ସମନ୍ ଜାରି କରିଛନ୍ତି।
ସୂଚନାଥାଉ କି ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ଏହି ବହୁଚର୍ଚ୍ଚିତ ମାମଲାରେ ନୋରାଙ୍କୁ ପୂର୍ବରୁ ମଧ୍ୟ ହାଜର ହେବାକୁ ସମନ୍ କରାଯାଇଥିଲା। ତେବେ ସେ ଅଦାଲତରେ ଉପସ୍ଥିତ ହେବେ କି ନାହିଁ, ସେ ସମ୍ପର୍କରେ ଦିଲ୍ଲୀ ପୁଲିସ ପାଖରେ କୌଣସି ସ୍ପଷ୍ଟ ସୂଚନା ନଥିବା କୋର୍ଟଙ୍କୁ ଜଣାଇଥିଲା। ଅନ୍ୟପକ୍ଷରେ, ନୋରାଙ୍କ ଓକିଲ ତାଙ୍କୁ ଅଦାଲତରେ ହାଜର ହେବାରୁ ଛାଡ଼ ଦେବାକୁ ଆବେଦନ କରିଥିଲେ। ମାତ୍ର ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ନୋରା ଜଣେ ସାକ୍ଷୀ ହୋଇଥିବାରୁ ତାଙ୍କର ଉପସ୍ଥିତି ଆବଶ୍ୟକ ବୋଲି କହିବା ସହ ତାଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଥିଲେ।
ସତନ୍ତ୍ର ବିଚାରପତି ଗଗନଦୀପ ସିଂହ ନୋରାଙ୍କୁ ନୂଆ ସମଲ ଜାରି କରି ଆସନ୍ତା ୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ମାମଲାରେ ସେ ଜଣେ ପ୍ରମୁଖ ସାକ୍ଷୀ । କୋର୍ଟରେ ତାଙ୍କ ଉପସ୍ଥିତି ଅତନ୍ତ୍ୟ ଜରୁରୀ ଥିଲା । ସେ କୋର୍ଟକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ।
Powered by Froala Editor