୨୦ ପ୍ରତିଶତ ଶସ୍ତା ହେଲା ସୁନା
ଧନତେରସରେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। ୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା। ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।
ଜାନୁଆରୀର ସର୍ବୋଚ୍ଚ ସ୍ତରରେ ଯେଉଁମାନେ ୧ ଲକ୍ଷ ଟଙ୍କାର ସୁନା କିଣିଥିଲେ, ସେହି ନିବେଶର ବର୍ତ୍ତମାନ ମୂଲ୍ୟ ପ୍ରାୟ ୭୯,୯୦୦ ଟଙ୍କାକୁ ଖସିଆସିଛି। ଅର୍ଥାତ୍ ସେମାନଙ୍କୁ ପ୍ରାୟ ୨୦ ପ୍ରତିଶତ କ୍ଷତି ସହିବାକୁ ପଡ଼ୁଛି। ଏହି କାରଣରୁ ଧନତେରସରେ କେବଳ ଦାମ କମିଛି ବୋଲି ହରବର ନିଷ୍ପତ୍ତି ନେବା ବଦଳରେ ନିବେଶର ସମୟସୀମା ଓ ବଜେଟ୍ ଭାବିବା ଆବଶ୍ୟକ।
ଜାନୁଆରୀ ଶେଷରେ ୧ ଲକ୍ଷ ଟଙ୍କାରେ ପ୍ରାୟ ୫.୭ ଗ୍ରାମ ୨୪ କ୍ୟାରେଟ୍ ସୁନା ମିଳୁଥିଲା। ଏବେ ସେହି ୧ ଲକ୍ଷ ଟଙ୍କାରେ ପ୍ରାୟ ୭.୧ ଗ୍ରାମ ସୁନା କିଣିହେବ। ଅର୍ଥାତ୍ ଜାନୁଆରୀ ତୁଳନାରେ ଏବେ ପ୍ରାୟ ୨୫ ପ୍ରତିଶତ ଅଧିକ ସୁନା ମିଳୁଛି। ତେବେ ଆଗକୁ ସୁନା ଦାମ ବଢ଼ିବ କି ଆଉ କମିବ, ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ ବୋଲି ବଜାର ବିଶେଷଜ୍ଞ କହୁଛନ୍ତି।
Powered by Froala Editor