ଟ୍ରେନ୍କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ
ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ । ଭାରତ -ପାକିସ୍ତାନ ସୀମା ପାଖ ଅନୁପଗଡ଼-ସୁରତଗଡ଼ ରେଳପଥରେ ଭୟଙ୍କର ବିସ୍ଫୋରଣ ହୋଇଛି । ମଙ୍ଗଳବାର ରାତି ପ୍ରାୟ ୯ଟା ୪୫ରେ ୫୦ ଜିବି ଗାଁ ନିକଟରେ ବିସ୍ଫୋରଣ ଘଟିଥିଲା । ବ୍ଲାଷ୍ଟରେ ରେଳ ଧାରଣା ତଳେ ଥିବା ୨ ସିମେଣ୍ଟ ସ୍ଲିପର କ୍ଷତିଗ୍ରସ୍ତ ହୋଇଛି ।
ଏଟିଏସ୍ ତଦନ୍ତ- ଶ୍ରୀଗଙ୍ଗାନଗରରେ ବୋମା ସହିତ ଟ୍ରେନ୍ ବିସ୍ଫୋରଣ କରିବାର ଷଡଯନ୍ତ୍ର ପଣ୍ଡ ହୋଇଛି । ଯାତ୍ରୀବାହୀ ଟ୍ରେନ୍ ଏହି ଟ୍ରାକ୍ ଦେଇ ଯିବାର ମାତ୍ର ୪୫ ମିନିଟ୍ ପରେ ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଟ୍ରାକରେ ଥିବା ସ୍ତମ୍ଭଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।
ରେଳବାଇ ଅଧିକାରୀ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଟ୍ରେନକୁ ଉଡାଇବାକୁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା । ବିପଦ ଟଳିଯାଇଛି । ହେଲେ ବିସ୍ଫୋରଣ ପରେ ସେହି ରୁଟ୍ରେ ଏକାଧିକ ଟ୍ରେନ୍ ଚଳାଚଳା ବାତିଲ ହୋଇଛି ।
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଶ୍ରୀଗଙ୍ଗାନଗରର ଏସପି ଏବଂ ଏଫଏସଏଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ପରେ ଏହି ମାର୍ଗରେ ଥିବା ଟ୍ରେନ୍ ପ୍ରଭାବିତ ହୋଇଛି । ଶ୍ରୀଗଙ୍ଗାନଗର ଏସପି ହରିଶଙ୍କର କହିଛନ୍ତି ଯେ, ବିସ୍ଫୋରଣ ବିଷୟରେ ଖବର ପାଇବା ପରେ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳର ତଦନ୍ତ ଆରମ୍ଭ କରିଛି ।
Powered by Froala Editor