ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ
ପାଗରେ ପରିବର୍ତ୍ତନ ସହ ଶୀତ ଦିନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ।
ଲବଙ୍ଗ ରୋଷେଇ ଘରେ ବ୍ୟବହୃତ ମସଲା ମଧ୍ୟରୁ ଗୋଟିଏ। ଲବଙ୍ଗରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିଥାଏ।
ଅଦା ଯେକୌଣସି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଦ୍ୱାରା ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଆୟୁର୍ବେଦରେ ମଧ୍ୟ ଏହାର ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
ହଳଦୀ ଔଷଧୀୟ ଗୁଣରେ ଭରପୁର। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରକୁ ରୋଗରୁ ଦୂରେଇ ରଖିଥାଏ। ପାଗରେ ପରିବର୍ତ୍ତନ ସହ ଶୀତଦିନେ ହଳଦୀ ନିଶ୍ଚୟ ସେବନ କରନ୍ତୁ।
ଗୋଲମରିଚର ବ୍ୟବହାର ଚା’ ସହ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ। କାଢାରେ ଗୋଲମରିଚ ବ୍ୟବହାର କରି ପିଇବା ଦ୍ୱାରା ଥଣ୍ଡା କାଶ ଦୂର ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
Powered by Froala Editor