ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ
ବୟସ ବଢିବା ସହ ସମସ୍ତେ ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଚାହିଁଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ଏଠାରେ ଏପରି ୫ ଅଭ୍ୟାସ ବିଷୟରେ ଆମେ କହୁଛୁ ଯାହା ଖାଦ୍ୟରେ ସାମିଲ କରିବା ଦ୍ବାରା ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସେତଜ ରଖିପାରିବେ ।
୧. କିଛି ଓଜନ ଓଠାନ୍ତୁ : ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀର ସୁସ୍ଥ ଦେଖାଯିବା ପାଇଁ ଏବଂ ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବ ତେବେ କିଛି ଓଜନଦାର ଜିନିଷ ଉଠାଇବା ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଧିକ ଓଜନ ଉଠାଇବାର ଆବଶ୍ୟକତା ନାହିଁ । ପ୍ରଥମେ କମ୍ ଓଜନର ଉଠାନ୍ତୁ । ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ । ଏହା କରିବା ସମୟରେ ପୁରା ଶରୀର ଉପରେ ଧ୍ୟାନ ଦିଅନ୍ତୁ ।
୨. ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ ।
୩. ଦିନରେ ୩ ଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।
୪. ଭିଟାମିନ୍-ଡି : ସୂର୍ୟ୍ୟକିରଣରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ୟ୍ୟାପ୍ତ ପରିମାଣର ସୂର୍ୟ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ ।
୫. ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ : ଆପଣଙ୍କ ଖାଦ୍ୟରେ ଗ୍ରୀନ୍ ଟି ସାମିଲ କରନ୍ତୁ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଲାଭଦାୟକହୋଇଥାଏ ।
Powered by Froala Editor