ଅବସର ଘୋଷଣା କଲେ ମହମ୍ମଦ ସାମି
ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ୧୩ ବର୍ଷର ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ସାମି।
୨୦୨୩ ଜୁନରେ ଦି ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଥିଲା ତାଙ୍କ ଶେଷ ଟେଷ୍ଟ ମ୍ୟାଚ୍। ତିନି ବର୍ଷ ହେବ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ପଡ଼ିନଥିଲା। ବାରମ୍ବାର ଦଳରୁ ବାଦ୍ ପଡ଼ିବା ଏବଂ ଚୟନ ନିରାଶା ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
୨୦୧୩ ମସିହା ନଭେମ୍ବର ୬ ତାରିଖରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଆଉ ୧୩ ବର୍ଷ ପରେ ଠିକ୍ ସେହି ତାରିଖରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ହାସଲ କରିଛନ୍ତି ଶାମି। ୨୭.୭୧ ହାରରେ ୱିକେଟ୍ ନେଇଥିବା ସାମିଙ୍କ ନାଁରେ ରହିଛି ୬ଟି ପାଞ୍ଚ ୱିକେଟ୍ ସଫଳତା। ଇଂଲଣ୍ଡ ବିପକ୍ଷରେ ୫୬ ରନ୍ ଦେଇ ୬ ୱିକେଟ୍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।
ସ୍ପିଡ୍, ରିଭର୍ସ ସୁଇଂ ଏବଂ ପୁରୁଣା ବଲ୍ ରେ ବ୍ୟାଟର୍ ଙ୍କୁ ଅସୁବିଧାରେ ପକାଇବାର କଳା ପାଇଁ ସାମି ଭାରତୀୟ ବୋଲିଂ ଲାଇନର ମୁଖ୍ୟ ଅସ୍ତ୍ର ଥିଲେ।
Powered by Froala Editor