ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି
ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆମର ସାହସୀ ସୁରକ୍ଷା ବାହିନୀଙ୍କ ସହିତ ଦୀପାବଳି ପାଳନ କରିବାକୁ ବସ୍ତର ଯାଉଛି। ଏହି ଅଞ୍ଚଳଟି ଥରେ ନକ୍ସଲବାଦରେ ପରିପୂର୍ଣ୍ଣ ଥିଲା, କିନ୍ତୁ ଏବେ ବିକାଶ ସମୃଦ୍ଧ ହେଉଛି।’
ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ‘ମୁଁ ଆମର ସାହସୀ ସୁରକ୍ଷାକର୍ମୀଙ୍କୁ ସେମାନଙ୍କର ତ୍ୟାଗ, ନିଃସ୍ବାର୍ଥପର ସେବା ଏବଂ ଦେଶ ପ୍ରତି ଅଟଳ ସମର୍ପଣ ପାଇଁ ସଲାମ କରିବାକୁ ଯାଉଛି।’ ଏହା ପୂର୍ବରୁ ମୋଦି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ସେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ‘ଦେଶ ସାରା ମୋ’ ପରିବାରକୁ ଦୀପାବଳିର ଶୁଭେଚ୍ଛା।’
ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ୨୦୨୫ରେ ମଧ୍ୟ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିଥିଲେ। ସେ ଗୋଆ ଏବଂ କରଓ୍ବାର ନିକଟବର୍ତ୍ତୀ ପଶ୍ଚିମ ଉପକୂଳରେ ଅବସ୍ଥିତ ଆଇଏନ୍ଏସ୍ ବିକ୍ରାନ୍ତ ପରିଦର୍ଶନ କରିଥିଲେ।
Powered by Froala Editor