ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ । ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍ ବରଗଡ଼ ଜିଲ୍ଲା ଟୋଲ୍ଗେଟ ନିକଟରେ ବଲାଙ୍ଗୀର ଜିଲ୍ଲାରର ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଧରିଥିଲା । ତାଙ୍କ କାର୍ରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ମିଳିଥିଲା ।ତେବେ ଜବତ ଟଙ୍କାର କୌଣସି ହିସାବ ଦେଇ ପାରିନଥିଲେ ଥାନା ବାବୁ । ଫଳରେ ତାଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ବରଗଡ଼ ସହ ବଲାଙ୍ଗୀର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କୁ ଅଧିକ ତଦନ୍ତ ଜାରି ରହିଛି ।
Powered by Froala Editor