ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମୁକ୍ତି ମିଳିବ । ବିଜେପି ସାଂସଦ ରାଘବ ଚଢା କହିଛନ୍ତି ଯେ, ସେ ଫେବୃଆରୀରେ ସଂସଦରେ ଏହି ଦାବି ଉଠାଇଥିଲେ । ସରକାର ଏହାକୁ ଗ୍ରହଣ କରିଛନ୍ତି ।
ରାଘବ ଆମ ଆଦମୀ ପାର୍ଟିର ସାଂସଦ ଭାବରେ ପ୍ରଥମେ ସଂସଦରେ ଏହି ତଥ୍ୟ ଉଠାଇଥିଲେ । ମାର୍ଚ୍ଚ ୧ ୨୦୨୬ରେ ସେ ୨୮ ଦିନିଆ ପ୍ଲାନ୍, କେବଳ କଲ୍ ଯିବ ଆସିବ ପ୍ଲାନ୍ ଲଞ୍ଚ କରିବାକୁ ସଂସଦରେ ତର୍କ ରଖିଥିଲେ । ଏବେ ସରକାର ଏହାର ସମାଧାନ କରିଥିବାରୁ ରାଘବ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକର ପ୍ଲାନ୍ ୨୮ ଦିନିଆ ରହୁଥିଲା । ହେଲେ ଏବେ ନୂଆ ନିୟମ ଲାଗୁ ହେବା ପରେ କମ୍ପାନୀଗୁଡିକ ଏବେ ୨୮ ଦିନ ପରିବର୍ତ୍ତେ ପୁରା ୩୦ ଦିନର ରିଚାର୍ଜ ପ୍ଲାନ୍ ଆଣିବେ । ନୂଆ ନିୟମର ଫାଇଦା ବିଷୟରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।
ନୂଆ ସଂଶୋଧନରେ ୧୮ ଦିନର ରିଚାର୍ଜ ପ୍ଲାନ୍ ନୁହେଁ ୩୦ ଦିନର ପ୍ଲାନ୍ ମିଳିବ । ଅର୍ଥାତ୍ ବର୍ଷକୁ ୧୩ ଥର ନୁହେଁ ୧୨ ଥର ରିଚାର୍ଜ କରିବାକୁ ପଡିବ । ଦ୍ୱିତୀୟ କଥା ହେଉଛି, ଯେଉଁ ଉପଭୋକ୍ତା ଡାଟା ଚାହୁଁନାହାନ୍ତି ସେମାନଙ୍କ ପାଇଁ ପ୍ରିପେଡ୍ ଭଏସ୍ ଓନଲି ପ୍ଲାନ୍ ଦିଆଯିବ । ଏଥିରେ କେବଳ ଇନକମିଂ ଓ ଆଉଟଗୋଇଙ୍ଗ ପ୍ଲାନ୍ ମିଳିବ । ଏଥିରେ କୌଣସି ଡାଟା ପ୍ୟାକ୍ ରହିବ ନାହିଁ କି ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ ନାହିଁ ।
Powered by Froala Editor