ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ଶୁଭେନ୍ଦୁ ଅଧିକାରୀ
କଲକାତା : ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଗୋଡ ଭାଙ୍ଗିବା କାରଣରୁ ମମତା ଭଙ୍ଗା ଗୋଡରେ ହୁଇଲ୍ ଚେୟାରରେ ବସି ନିର୍ବାଚନ ପ୍ରଚାର କରିଥିଲେ। ଏଥିପାଇଁ ସେ ଭୋଟରଙ୍କ ଅନୁକମ୍ପା ହାସଲ କରି ନିର୍ବାଚନ ବିଜୟୀ ହୋଇଥିଲେ। ତେବେ ବର୍ତ୍ତମାନର ବିଜେପି ସରକାର ମମତାଙ୍କ ଏହି ଗୋଡ ଭାଙ୍ଗିବା ଘଟଣାକୁ ମିଛ ବୋଲି କହିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶନିବାର ସାମ୍ବାଦିକ ସମ୍ମିଳନୀ କରି ମମତାଙ୍କ ଚିକିତ୍ସା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ବାଙ୍ଗରୁ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସର ହୋଇଥିବା ଚିକିତ୍ସା ରିପୋର୍ଟରେ ମମତାଙ୍କ ଗୋଡ ଭାଙ୍ଗି ନଥିବା ଏପରି କି ଖଞ୍ଜା ଖସି ନଥିବା ଦର୍ଶାଯାଇଛି। ମାତ୍ର କଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲର ରିପୋର୍ଟରେ ମମତାଙ୍କ ବାମ ଗୋଡ ଗୋଇଠି ଓ ପାଦର ହାଡରେ କ୍ଷତ ହୋଇଥିବା ଦର୍ଶାଯାଇଥିଲା। ଏପରିକି ତାଙ୍କ କାନ୍ଧ, କହୁଣୀ ଓ ବେକରେ ଯନ୍ତ୍ରଣା ହେଉଥିବା କୁହାଯାଇଥିଲା। ତେଣୁ କେଉଁ ରିପୋର୍ଟ ସତ ଓ କେଉଁ ରିପୋର୍ଟ ମିଛ ତା’ର ସବିଶେଷ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor