Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ...

  • ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ

  • ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ...

  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ...

  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

  • ଭାରତ ଗସ୍ତରେ ଆସିବେ ନେପାଳ ...

  • ଜରୁରୀ ନଥିଲେ ସୁନା ନ କିଣିବାକୁ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

2026-09-26 16:49:32
14386
Share:
Facebook
Twitter
E-Mail
WhatsApp
Telegram
ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ନୂଆଦିଲ୍ଲୀ: ଆକ୍ସନ ଗ୍ରୁପ୍‌ର ଏକ ଅଂଶ ତଥା କାଷ୍ଠ ଭିତ୍ତିକ ପାନେଲ୍‌ ଉତ୍ପାଦଗୁଡିକର ଏକ ଅଗ୍ରଣୀ ଉତ୍ପାଦନକାରୀ ଆକ୍ସନ ଟେସା ୨୪ ସେପ୍ଟେମ୍ବର ୨୦୨୬ ଦିନ ଭାରତର ୫୦ରୁ ଅଧିକ ସ୍ଥାନରେ ଜାତୀୟ ବଢେଇ ଦିବସ ପାଳନ କରିଛି । ଚଳିତ ବର୍ଷ ଆୟୋଜନରେ ବଢେଇ ସମୁଦାୟଙ୍କ ସହିତ ଏକ ବୃହତ୍ତର ଏବଂ ଅଧିକ ବ୍ୟାପକ ସଂପୃକ୍ତି ଘଟିଥିଲା ।

ଆକ୍ସନ ଟେସା ପକ୍ଷରୁ ୨୪ ସେପ୍ଟେମ୍ବରରେ ଜାତୀୟ ବଢେଇ ଦିବସ ପାଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ସେହି ପ୍ରୟାସ ଲଗାତର ସମ୍ପ୍ରସାରିତ ହେବା ସହିତ ୨୦୨୬ ଆୟୋଜନ “ସଙ୍ଗ୍‌ ସଙ୍ଗ୍‌ ଚଲେଁ, ଆଗେ ବଢେଁ” (ସାଥୀ ହୋଇ ଚାଲିବା, ଆଗକୁ ବଢିବା) ବିଷୟବସ୍ତୁକୁ ନେଇ ବୃହତ୍‌ ଆକାରରେ କରାଯାଇଥିଲା ।

ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ମେରୁଦଣ୍ଡ ଭାବରେ ବଢେଇମାନଙ୍କୁ ସ୍ୱୀକାର କରି ଆକ୍ସନ ଟେସା ବଢେଇ ଦିବସ ପାଳନକୁ କେବଳ ସ୍ୱୀକୃତି ଦିବସର ଊଦ୍ଧ୍ୱର୍କୁ ଯାଇ ଏହି ଗୋଷ୍ଠୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମର୍ଥନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଏକ ପ୍ରୟାସରେ ପରିଣତ କରିଛି । ଚଳିତ ବର୍ଷ କମ୍ପାନୀ ପରିବାର କଲ୍ୟାଣ, ଶିକ୍ଷାଗତ ବୃତ୍ତି (ସ୍କଲାରସିପ୍‌), ଦକ୍ଷତା ବିକାଶ ଏବଂ ଦୁର୍ଘଟଣା ବୀମା ସୁରକ୍ଷା ଆଦି ଚାରିଟି ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଆଣିଥିଲା ।

ବଢେଇ ପରିବାରଗୁଡିକ ସେମାନଙ୍କ ଝିଅ ବିବାହ ନିମନ୍ତେ ୫୦ ହଜାର ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଆକ୍ସନ ଟେସା ଉତ୍ପାଦଗୁଡିକୁ ନେଇ ପ୍ରସ୍ତୁତ ଏକ ଆସବାବପତ୍ର (ଫର୍ଣ୍ଣିଚର) ପ୍ୟାାକେଜ ଆକାରରେ ପାଇପାରିବେ । ବଢେଇମାନଙ୍କ ମେଧାବୀ ସନ୍ତାନ ସନ୍ତତିଙ୍କ ପାଇଁ ୧୧ ହଜାର ଟଙ୍କାର ସ୍କଲାରସିପ୍‌ ଯୋଗାଇ ଦିଆଯିବ ।

ସୁପର୍‌ ୩୦ କାର୍ଯ୍ୟକ୍ରମ ଅଧୀନରେ ମନୋନୀତ ପ୍ରାର୍ଥୀମାନେ ଏମ୍‌ଏସଏମ୍‌ଇ ସହିତ ଆୟୋଜନ କରାଯାଉଥିବା ତିନିମାସ ଅବଧିର ଆବାସିକ ଦକ୍ଷତା ବିକାଶ ପାଠ୍ୟକ୍ରମ ପାଇଁ ଖାଦ୍ୟ ଓ ରହିବା ସମେତ ୧୦୦% ସମର୍ଥନ ପାଇବେ ।

ବଢେଇ ସମୁଦାୟର ସଦସ୍ୟମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରୁପ୍‌ ପର୍ସନାଲ ଆକ୍ସିଡେଣ୍ଟ ଇନ୍‌ସ୍ୟୁରାନ୍ସ (ଗୋଷ୍ଠୀ ବ୍ୟକ୍ତିଗତ ଦୁର୍ଘଟଣା ବୀମା) ସୁବିଧା ପାଇବେ ।

ସମସ୍ତ କଲ୍ୟାଣକାରୀ ଯୋଜନାଗୁଡିକ ଆକ୍ସନ ଟେସା କନେକ୍ଟ ଆପ୍‌ ଜରିଆରେ ଆବଣ୍ଟିତ କରାଯିବ । ବଢେଇମାନେ ସେମାନଙ୍କର ନିକଟସ୍ଥ ଆକ୍ସନ ଟେସା ଶାଖା / ସେଲ୍‌ସ୍‌ ମ୍ୟାନେଜରଙ୍କ ସହିତ ଏହି କାର୍ଯ୍ୟକ୍ରମ ଏବଂ ଏହାର ଫଇଦାଗୁଡିକ ସମ୍ପର୍କରେ ଜାଣିବାକୁ ଯୋଗାଯୋଗ କରିପାରିବେ । ବଢେଇମାନଙ୍କ ନିମନ୍ତେ ସହାୟତା ସମ୍ପର୍କିତ ବିସ୍ତୃତ ସୂଚନା ଆକ୍ସନ ଟେସା ହେଲ୍‌ପଲାଇନରେ ୧୮୦୦-୩୦୯-୦୭୦୭ରେ ମଧ୍ୟ ଉପଲବ୍ଧ ହେଉଛି ।

ଏହି ଅବସରରେ ପ୍ରକାଶ କରି ଶ୍ରୀ ଅଜୟ ଅଗ୍ରୱାଲ, ମ୍ୟାନେଜିଂ ଡାଇରେକ୍ଟର, ଆକ୍ସନ ଟେସା କହିଥିଲେ, “ବଢେଇମାନେ ସର୍ବଦା ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ମେରୁଦଣ୍ଡ ଏବଂ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛନ୍ତି । ଆମେ ୨୦୨୪ରେ ବଢେଇ ଦିବସ ପାଳନ ଆରମ୍ଭ କରିଥିଲୁ, ୨୦୨୫ରେ ଏହି ପ୍ରୟାସ ଅଧିକ ପରିବ୍ୟାପ୍ତ ହେବା ଲକ୍ଷ୍ୟକଲୁ ଏବଂ ଚଳିତ ବର୍ଷ ଆମେ ଏହାକୁ ଅଧିକ ଅର୍ଥପୂର୍ଣ୍ଣ କରି ଗଢିତୋଳିବାକୁ ଚାହିଁଥିଲୁ । ‘ସଙ୍ଗ୍‌ ସଙ୍ଗ୍‌ ଚଲେଁ, ଆଗେ ବଢେଁ’ ଆମେ ମିଳିତ ଭାବରେ ଆଗକୁ ବଢିବା ସମୟରେ ପ୍ରଗତି ଅଧିକ ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି ଆମର ବିଶ୍ୱାସକୁ ପ୍ରତିଫଳିତ କରୁଛି । ଏହି ବର୍ଗର ଏକ ଅଗ୍ରଣୀ କମ୍ପାନୀ ଭାବରେ ଆମର ଉତ୍ପାଦଗୁଡିକ ଜରିଆରେ ନବସୃଜନ ଆଣିବା ଏବଂ ତାହାସହିତ ଏହି ଶିଳ୍ପର ଅବିଚ୍ଛେଦ୍ୟ ଅଂଶ ହୋଇଥିବା ଲୋକଙ୍କ ସହିତ ମଜଭୁତ ସମ୍ପର୍କ ଗଢିତୋଳିବା ସର୍ବଦା ଆମର ପ୍ରଚେଷ୍ଟା ହୋଇ ରହିଆସିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ବଢେଇମାନଙ୍କ ସହିତ କେବଳ ସେମାନଙ୍କ କାର୍ଯ୍ୟରେ ନୁହେଁ, ତାହାସହିତ ସେମାନଙ୍କ ଆକାଂକ୍ଷା ଏବଂ ସେମାନଙ୍କ ପରିବାରମାନଙ୍କ ସହିତ ଛିଡା ହେବାକୁ ଆମେ ଚାହୁଁଛୁ ।”

୫୦ରୁ ଅଧିକ ସ୍ଥାନରେ ଏହି ଦିବସ ପାଳନ ଅବସରରେ ବଢେଇ ସମୁଦାୟର ସଦସ୍ୟମାନେ ସମବେତ ହୋଇଥିଲେ । ଟେସା କନେକ୍ଟ ଜରିଆରେ ଆକ୍ସନ ଟେସା ସମଗ୍ର ଭାରତରେ ବଢେଇମାନଙ୍କ ସହିତ ନିୟୋଜିତ ରହିବା ଏବଂ ସେମାନଙ୍କ ସହିତ ମଜଭୁତ ସମ୍ପର୍କ ଗଢିତୋଳିବା ନିରନ୍ତର ଜାରି ରଖିଛି ।

ଏହାର ଗୋଷ୍ଠୀ ପ୍ରୟାସଗୁଡିକ ସହିତ ଆକ୍ସନ ଟେସା ଆସବାବପତ୍ର ଏବଂ ଇଣ୍ଟେରିଅର୍‌ ପରିବ୍ୟବସ୍ଥାର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳଦେଇ ନବୋନ୍ମେଷୀ ଉତ୍ପାଦସମୂହ ଏବଂ ସମାଧାନଗୁଡିକ ଉପରେ ନିରନ୍ତର ଦୃଷ୍ଟିନିବଦ୍ଧ କରିଆସୁଛି ।

Powered by Froala Editor

Tags TESA

Related articles Odisha News Lens 4.1

  • ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ
    ଦେଶ-ଦେଶାନ୍ତର

    ବିସଲେରୀରେ କର୍କଟ ସୃଷ୍ଟିକାରୀ ପଦାର୍ଥ

    13555
    Nov 23, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14438
    Nov 23, 2026
  • ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
    ଦେଶ-ଦେଶାନ୍ତର

    ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15687
    Nov 22, 2026
  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର
    ଦେଶ-ଦେଶାନ୍ତର

    କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14646
    Nov 23, 2026
  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ
    ଦେଶ-ଦେଶାନ୍ତର

    ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15778
    Nov 22, 2026
  • ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

    15137
    Nov 22, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14416
    Nov 23, 2026
  • ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ
    ଦେଶ-ଦେଶାନ୍ତର

    ଭଗବାନ ବାଲାଜୀଙ୍କୁ ୧୨୧ କିଲୋଗ୍ରାମ ସୁନା ଅଳଙ୍କାର ଦାନ କରିବେ ଭକ୍ତ

    14534
    Nov 22, 2026
  • ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ

    14500
    Nov 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    15687
    Nov 22, 2026
  • ଦେଶ-ଦେଶାନ୍ତର

    ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15778
    Nov 22, 2026
  • ଦେଶ-ଦେଶାନ୍ତର

    ସୁନାକୁ ନେଇ ମୋଦୀ କହିଲେ ଏମିତି କଥା, ଜାଣନ୍ତୁ କ’ଣ ?

    15225
    Nov 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17303
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18006
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17961
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18376
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15476
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14877
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14507
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15849
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14627
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15776
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14094
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15739
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14363
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଡ ଝିଅକୁ ଖୋଜୁଛନ୍ତି ମୁସ୍କାନ

    15778
    Nov 22, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14416
    Nov 23, 2026
  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14646
    Nov 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In