‘ଏଭରେଷ୍ଟ ଜିରା ପାଉଡର’ରେ FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ
ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ମସଲା କମ୍ପାନି ଏଭରେଷ୍ଟର ଜିରା ପାଉଡର୍ର କିଛି ପ୍ୟାକେଟ୍କୁ ପରୀକ୍ଷା କରିବା ପରେ ତାହା ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି କହିଛି। ଗମ୍ଭୀର ସ୍ୱଚ୍ଛତା ଅଭାବ ଯୋଗୁ କ୍ରିଏଟିଭ୍ ବେକର୍ସ ଆଣ୍ଡ କନ୍ଫେକ୍ସନର୍ସ ପ୍ରାଇଭେଟ୍ ଲିମିଟେଡ୍ର ଲାଇସେନ୍ସକୁ ତୁରନ୍ତ ନିଲମ୍ବିତ କରାଯାଇଥିବା ବେଳେ ଏଭରେଷ୍ଟ ଫୁଡ୍ ପ୍ରୋଡକ୍ଟସର ପ୍ରି-ପ୍ୟାକ୍ଡ ଜିରା ପାଉଡରର ଏକ ବ୍ୟାଚ୍କୁ ଅସୁରକ୍ଷିତ ଘୋଷଣା କରି ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୋଆର ରିଭରସାଇଡ୍ ରିସୋର୍ଟସ ଆଣ୍ଡ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ସଂଗ୍ରହ କରାଯାଇଥିବା ଏଭରେଷ୍ଟ ଜିରା ପାଉଡରର ସାମ୍ପୁଲ୍କୁ ଫୁଡ୍ ଆନାଲିଷ୍ଟ ଏବଂ ପରବର୍ତ୍ତୀ ସମୟରେ ରେଫରାଲ୍ ଫୁଡ୍ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଏହି ଜିରା ପାଉଡରରେ ‘ଏଜୋକ୍ସିଷ୍ଟ୍ରୋବିନ୍’ ଏବଂ ‘ଥାୟାମେଥୋକ୍ସାମ୍’ ନାମକ କୀଟନାଶକର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିବା ପରେ ଏହାକୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଅସୁରକ୍ଷିତ ଘୋଷଣା କରାଯାଇଛି। FSSAI କମ୍ପାନୀକୁ E080668761 ବ୍ୟାଚ୍ ନମ୍ବର ବିଶିଷ୍ଟ ଏହି ଉତ୍ପାଦକୁ ବଜାରରୁ ପ୍ରତ୍ୟାହାର କରିବା, ଏହାର ସମ୍ପୂର୍ଣ୍ଣ ରେକର୍ଡ ରଖିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ନରୋକିବା ପାଇଁ ଆବଶ୍ୟକ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛି। ସ୍ବଚ୍ଛତାରେ ଅବହେଳା ପାଇଁ କମ୍ପାନି ବିରୋଧରେ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Powered by Froala Editor