ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲରେ ସ୍ତ୍ରୀକୁ ମାରୁଥିଲେ ସ୍ୱାମୀ
କେରଳର ନୀନ୍ଦକାରା ଅଞ୍ଚଳରୁ ଯୌତୁକ ନିର୍ଯାତନାର ମାମଲା ସାମ୍ନାକୁ ଆସିଛି। ଜଣେ ୨୪ ବର୍ଷୀୟା ନବବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ଅମାନୁଷିକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି।
ଅଞ୍ଜୁଙ୍କ ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର ଗୋଟିଏ ସପ୍ତାହ ଭିତରେ ହିଁ ତାଙ୍କୁ ଯୌତୁକ ଅପର୍ଯାପ୍ତ କହି ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା। ବିବାହର ମାସକ ପରେ ସ୍ୱାମୀ ନନ୍ଦୁ ସୌଦି ଆରବ ଚାଲିଯାଇଥିଲେ ଏବଂ ପରେ ଅଞ୍ଜୁଙ୍କୁ ମଧ୍ୟ ସେଠାକୁ ନେଇଯାଇଥିଲେ। ସୌଦିରେ ପହଞ୍ଚିବା ପରେ ତାଙ୍କୁ ଆହୁରି ଅଧିକ ବର୍ବରତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନନ୍ଦୁ ପ୍ରେସର୍ କୁକର୍, ପଥର, ଲାପଟପ୍ ଚାର୍ଜର କେବଲ୍ ଭଳି ଜିନିଷ ବ୍ୟବହାର କରି ତାଙ୍କୁ ବାରମ୍ବାର ମାର୍ପିଟ୍ କରୁଥିଲା। ପ୍ରେସର୍ କୁକର୍ ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏପରିକି ତାଙ୍କ ପେଟରେ ଗୋଇଠା ମରାଯିବା ସହ ଅଙ୍ଗପ୍ରତ୍ୟଙ୍ଗରେ ମଧ୍ୟ ବର୍ବର ଆକ୍ରମଣ କରାଯାଇଥିଲା।
ସୌଦି ଆରବରେ ଅସହ୍ୟ ନିର୍ଯାତନା ପରେ ଯେତେବେଳେ ତାଙ୍କୁ କେରଳ ଫେରାଇ ଅଣାଯାଇଥିଲା। ଚାଭରା ପୋଲିସ ନନ୍ଦୁ ଏବଂ ତାଙ୍କ ପିତାମାତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor