ଫୁଲବାଣୀରେ ‘ଡାକମୁନ୍ସୀ’ ସୁଟିଂ
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଚର୍ଚ୍ଚିତ ଗଳ୍ପର କାହାଣୀ ‘ଡାକମୁନ୍ସୀ’ ଆଧାରିତ ଏକ ଓଡ଼ିଆଛବି ସଂପ୍ରତି ତିଆରି ହେଉଛି। ଏହାର ପ୍ରଥମ ପର୍ଯ୍ୟାୟ ସୁଟିଂ ନୟାଗଡ଼ ଠାରେ ଶେଷ ହେବା ପରେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ସୁଟିଂ ଏବେ ଫୁଲବାଣୀରେ ଚାଲିଛି। ଏହି ସିନେମାରେ ଚୌଧୁରୀ ଜୟପ୍ରକାଶ ଦାସ, ଶୈଳେନ୍ଦ୍ର ଓ ଦିଶାନୀ ଦେବାଞ୍ଜନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ସୁବାସ ଦାସ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି।
‘ଡାକମୁନ୍ସୀ’ରେ ବି ଶୈଳେନ୍ଦ୍ର ନଜର ଆସିବେ ଏକ ଭିନ୍ନ ଚରିତ୍ରରେ। ତାଙ୍କୁ ନାୟକ ଗୋପାଳ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ତେଣେ ତାଙ୍କ ବିପକ୍ଷରେ ନାୟିକା ଦିଶାନୀ ଦେବାଞ୍ଜନା କ୍ୟାରିଅର୍ ଆରମ୍ଭ କରୁଛନ୍ତି । ଏଥିରେ ହରି ସିଂହ ଭୂମିକାରେ ନଜର ଆସିବେ ଚୌଧୁରୀ ଜୟପ୍ରକାଶ ଦାସ।
ପୃଥ୍ବୀରାଜ ପଟ୍ଟନାୟକଙ୍କ ‘ଗୁପଚୁପ୍, ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍’, ରାଜା ଡିଙ୍କ ନିର୍ଦ୍ଦେଶିତ ଦଶମ ଓ ଘମାଘୋଟ୍, ଅଭିଷେକ ମିତ୍ରଙ୍କ ନିର୍ଦ୍ଦେଶିତ ଫାର୍ଷ୍ଟ୍ ଲଭ୍, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଛିରେ ନନୀ ଛି’ ଏବଂ ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଡେଲିଭରି ବୟ ଓ ‘ଡେଲିଭରି ବୟ ୨‘, ବିଶ୍ବରଂଜନ ପ୍ରଧାନଙ୍କ ‘ବରବଧୂ’ ଓ ଦିବ୍ୟଜ୍ୟୋତି ଉଦୟ ସିଂହଙ୍କ ‘ଯଦି’ ଆଦିରେ ପ୍ରଭାବଶାଳୀ ଅଭିନୟ କରିଛନ୍ତି ଶେଳେନ୍ଦ୍ର। ବରିଷ୍ଠ ସିନେମାଟୋଗ୍ରାଫର ଯୁଗଳ ଦେବତା ଏହାର ଚିତ୍ରୋତ୍ତଳନ ଦାୟିତ୍ବରେ ଥିବାବେଳେ ସ୍ବର ସଂଯୋଜନା କରିଛନ୍ତି ବିକାଶ ଦାସ।
Powered by Froala Editor