ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ
ଲଳିତ ମୋଦୀ ବ୍ରିଟିଶ ନାଗରିକତା ହାସଲ କରିଛନ୍ତି। ଶନିବାର ଅକ୍ସଫୋର୍ଡ ୟୁନିଅନ୍ରେ ଉଦ୍ବୋଧନ ଦେବା ସମୟରେ ସେ ସାର୍ବଜନୀନ ଭାବେ ଏହି ଘୋଷଣା କରିଛନ୍ତି। ଲଳିତ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଗର୍ବର ମୁହୂର୍ତ୍ତ, ଏକ ନୂଆ ଅଧ୍ୟାୟର ଆରମ୍ଭ।” ନଭେମ୍ବର ୧୪ରେ ଅକ୍ସଫୋର୍ଡ ୟୁନିଅନ୍କୁ ସମ୍ବୋଧିତ କରିବାର ସୁଯୋଗ ମିଳିଥିବା କଥା ସେ ଉଲ୍ଲେଖ କରିଛନ୍ତି।ଏହି ଅବସରରେ ନିଜ ଜୀବନର ଏହି ବିଶେଷ ଉପଲବ୍ଧି ବିଷୟରେ ଜଣାଇବା ସହ ବ୍ରିଟିଶ ନାଗରିକ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି।
ସେପ୍ଟେମ୍ବର ୧୫, ୨୦୨୬ରେ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ବ୍ରିଟିଶ ନାଗରିକତା ମିଳିଥିଲା। ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ନାଗରିକତା ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। ଏହାକୁ ସେ ନିଜ ଜୀବନର ଏକ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଦିନଟି ସବୁବେଳେ ତାଙ୍କ ହୃଦୟର ନିକଟତର ହୋଇ ରହିବ ବୋଲି ସେ କହିଛନ୍ତି।
ଲଳିତଙ୍କ କହିବା ଅନୁସାରେ, ବ୍ରିଟେନ ଦୀର୍ଘ ବର୍ଷ ଧରି ତାଙ୍କ ଘର ହୋଇ ରହିଛି। ଏଠାକାର ଲୋକ, ସଂସ୍ଥା, ପରମ୍ପରା ଓ ମୂଲ୍ୟବୋଧ ପ୍ରତି ତାଙ୍କର ଗଭୀର ସମ୍ମାନ ଓ ଆତ୍ମୀୟତା ରହିଛି। ଏହି ଦାୟିତ୍ୱକୁ ସେ ଗର୍ବ, କୃତଜ୍ଞତା ଓ ଆପଣାପଣର ଭାବନା ସହ ଗ୍ରହଣ କରିଥିବା କହିଛନ୍ତି।
Powered by Froala Editor