ଚର୍ଚ୍ଚାରେ ସେଫ୍ ରଣବୀର ବ୍ରାରଙ୍କ ସୁନା ଛୁଙ୍କ ଡାଲି
ଦୁବାଇର ଏକ ରେଷ୍ଟୁରାଣ୍ଟରେ ମିଳୁଛି ରାଜକୀୟ ଡାଲି। ଯାହାର ନାଁ ହେଉଛି ‘ଡାଲ୍ କାଶ୍କନ୍’। ଏହି ଡାଲିରେ ୨୪ କ୍ୟାରେଟ୍ ସୁନାର ତଡକା ପଡ଼େ। ସୁନାର ଚମକରେ ଝଲସୁଥିବା ଏହି ଡାଲିକୁ ନେଇ ଏବେ ସୋସିଆଲ ମିଡିଆରେ ବି ଜୋରଦାର ଚର୍ଚ୍ଚା। ଖାସ୍ କଥା ହେଉଛି, ସୁନାକୁ ସିଧାସଳଖ ଡାଲିରେ ମିଶାଯାଏ ନାହିଁ। ବରଂ ଘିଅରେ ପ୍ରାୟ ୭୨ ଘଣ୍ଟା ଧରି ସୁନାକୁ ଇନ୍ଫ୍ୟୁଜ୍ କରାଯାଏ। ପରେ ସେହି ସୁନା ମିଶା ଘିଅକୁ ଡାଲି ଉପରେ ତଡକା ଭାବେ ଢଳାଯାଏ।
ରିପୋର୍ଟ ଅନୁସାରେ, ଦୁବାଇର ଫେଷ୍ଟିଭାଲ୍ ସିଟି ମଲ୍ରେ ଥିବା ପ୍ରସିଦ୍ଧ ଭାରତୀୟ ସେଫ୍ ରଣବୀର ବ୍ରାରଙ୍କ ରେଷ୍ଟୁରାଣ୍ଟ ‘କାଶ୍କନ୍’ରେ ପରଷା ଯାଉଛି ଏହି ନିଆରା ଡିସ୍। ଏହି ଡାଲିର ନାଁ ‘ଡାଲ୍ କାଶ୍କନ୍’। ଆଉ ଏହାର ସବୁଠୁ ବଡ଼ ଆକର୍ଷଣ ହେଉଛି ୨୪ କ୍ୟାରେଟ୍ ଏଡିବଲ୍ ଗୋଲ୍ଡ। ଗୋଟିଏ ବାଉଲ୍ ଡାଲ୍ କାଶ୍କନ୍ ଦାମ୍ ଥିଲା ୫୮ ଦିରହାମ୍, ଯାହା ଭାରତୀୟ ମୁଦ୍ରାରେ ସେତେବେଳେ ପ୍ରାୟ ୧୩୦୦ ଟଙ୍କା ଥିଲା। ସେଫ୍ ରଣବୀର ବ୍ରାରଙ୍କ ଏହି ପରୀକ୍ଷଣ ପଛରେ ରହିଛି ଭାରତୀୟ ଖାଦ୍ୟ ପରମ୍ପରାକୁ ଦୁବାଇର ଆଧୁନିକ ଓ ବିଳାସପୂର୍ଣ୍ଣ ଖାଦ୍ୟ ସଂସ୍କୃତି ସହ ଯୋଡ଼ିବାର ଚିନ୍ତାଧାରା।
ତେବେ ଖାଦ୍ୟରେ ସୁନାର ବ୍ୟବହାରକୁ ନେଇ ଲୋକଙ୍କ ମତ ବି ଭିନ୍ନ। କିଏ ଏହାକୁ ନୂଆ ଅନୁଭୂତି କହୁଛନ୍ତି ତ ଆଉ କିଏ ପ୍ରଶ୍ନ କରୁଛନ୍ତି?
Powered by Froala Editor