ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG
ମାତ୍ର ୧୧ ମାସ ଭିତରେ ୮ ଥର ବଢ଼ିଲାଣି CNG ଦର। ମୁମ୍ବାଇରେ ପୁଣି ବଢ଼ିଛି କିଲୋ ପିଛା ୧ ଟଙ୍କା ୫୦ ପଇସା। ଫଳରେ ଏବେ କିଲୋ ପିଛା ୯୧ ଟଙ୍କା ୫୦ ପଇସା ଦେଇ CNG କିଣିବେ ଗାଡ଼ି ଚାଳକ।
ସବୁଠୁ ବଡ଼ କଥା ହେଉଛି, ଚଳିତ ବର୍ଷ ଜାନୁଆରୀରେ CNG ଦର ଥିଲା କିଲୋ ପିଛା ୮୦ ଟଙ୍କା ୫୦ ପଇସା। ଆଉ ଏବେ ଏହା ୯୧ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଅର୍ଥାତ୍ ୧୧ ମାସରେ କିଲୋ ପିଛା ମୋଟ ୧୧ ଟଙ୍କା ବଢ଼ିଲାଣି ଦର। ପ୍ରାୟ ୧୪ ପ୍ରତିଶତ ମହଙ୍ଗା ହୋଇଛି CNG।
ଗ୍ୟାସ୍ ଦର ବୃଦ୍ଧି କରିଛି ମହାନଗର ଗ୍ୟାସ୍ ଲିମିଟେଡ୍ ବା MGL। କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିବା ପରେ ନୂଆ ଦର ହୋଇଛି ୯୧ ଟଙ୍କା ୫୦ ପଇସା। ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳ ତଥା ମୁମ୍ବାଇ ମେଟ୍ରୋପଲିଟାନ୍ ରିଜନ୍ରେ ଏହି ନୂଆ ଦର ଲାଗୁ ହୋଇଛି।
Powered by Froala Editor