ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ
ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ୩୩୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଭଲ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମର ବ୍ୟାଟରମାନେ ବିଫଳ ହେବାରୁ ଦଳ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।
୨୫୨ ରନ ସ୍କୋରରେ ଭାରତ ଅଷ୍ଟମ ଉଇକେଟ ହରାଇଥିଲା। ସେତେବେଳେ ଦଳକୁ ଜିତିବା ପାଇଁ ଆଉ ୮୬ ରନ ଆବଶ୍ୟକ ଥିଲା ଏବଂ ହାତରେ ମାତ୍ର ୨ଟି ଉଇକେଟ ବାକି ରହିଥିଲା। ନବମ ଉଇକେଟ ପାଇଁ ମୈନାଲ ଚୌହାନ ଏବଂ ମୋହିତ ଉଲଭାଙ୍କ ମଧ୍ୟରେ ହୋଇଥିବା ୫୭ ରନର ଭାଗୀଦାରୀ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ମୋହିତ ୪୯ ରନ୍ କରି ଅପରାଜିତ ରହିଲେ। ସେ କେବଳ ହାରିଯାଇଥିବା ମ୍ୟାଚକୁ ପୁନର୍ବାର ଆଗେଇ ନେଇଥିଲେ। ସେ ଅନ୍ତିମ ବଲ୍ରେ ଚୌକା ମାରି ଭାରତକୁ ଟ୍ରଫି ଜିତାଇଲେ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ଓପନର ଉସମାନ ଖାନ ଏକ ଶତକ ହାସଲ କରିଥିଲେ। ପାକିସ୍ତାନ ୯ ଉଇକେଟ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା। ଟାଇଟଲ ହାତେଇବା ପାଇଁ ଭାରତକୁ ୩୩୮ ରନର ଆବଶ୍ୟକତା ରହିଥିଲା।
Powered by Froala Editor