ଏହି ଦେଶରେ ଲୋକଙ୍କ ଜୀବନ ଆୟୁଷ କମ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏକ ବଡ଼ ଖୁଲାସା କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଆକଳନରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶର ଲୋକଙ୍କ ଜୀବନ ବିଷୟରେ ଦାବି କରାଯାଇଛି । ଏହି ତିନୋଟି ଦେଶ ଆମେରିକା ଏବଂ କାନାଡାଠାରୁ ବହୁତ ପଛରେ ଅଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ଆକଳନ ଅନୁଯାୟୀ, ୨୦୨୩ ମସିହାରେ ଭାରତୀୟମାନଙ୍କର ହାରାହାରି ଆୟୁଷ ୭୧ ବର୍ଷ ଥିଲା। ଏହା ପାକିସ୍ତାନର ୬୮.୨ ବର୍ଷଠାରୁ ଅଧିକ ଥିବାବେଳେ ବାଂଲାଦେଶ, ଆମେରିକା ଏବଂ କାନାଡ଼ାଠାରୁ କମ୍ ରହିଛି। WHO ର ‘ଗ୍ଲୋବାଲ୍ ହେଲ୍ଥ ଏଷ୍ଟିମେଟ୍ସ’ ରେ ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତର ତଥ୍ୟକୁ ସାମିଲ କରାଯାଇଛି।
କୋଭିଡ-୧୯ ମହାମାରୀ ସମୟରେ ଭାରତରେ ଲୋକଙ୍କ ଆୟୁଷରେ ବହୁତ ହ୍ରାସ ଘଟିଥିଲା। ଏହି ତଥ୍ୟ ୨୦୧୯ରେ ୭୦.୫ ବର୍ଷରୁ କମିଯାଇ ୨୦୨୧ରେ ୬୮.୧ ବର୍ଷ ହୋଇଯାଇଥିଲା। କିନ୍ତୁ ଏହାପରେ ଏଥିରେ ଉନ୍ନତି ଆସି ୨୦୨୨ରେ ୭୦.୫ ବର୍ଷ ଏବଂ ୨୦୨୩ରେ ୭୧ ବର୍ଷରେ ପହଞ୍ଚିଛି, ଯାହାକି ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଅର୍ଥାତ୍ ଭାରତ ମାତ୍ର ୨ ବର୍ଷ ଭିତରେ ନିଜର ଆଶାକୃତ ଆୟୁଷର ୨.୯ ବର୍ଷ ପୁଣି ଥରେ ହାସଲ କରିପାରିଛି।
କେବଳ କାନାଡା ଏବଂ ଆମେରିକା ଏହି ହାରାହାରି ଠାରୁ ଆଗରେ ଥିବାବେଳେ ଦକ୍ଷିଣ ଏସୀୟ ଦେଶଗୁଡିକ ପଛରେ ଅଛନ୍ତି। ଉଭୟ ଅଞ୍ଚଳରେ,ଲୋକମାନେ ସେମାନଙ୍କ ଜୀବନର ପ୍ରାୟ ଶେଷ ଦଶନ୍ଧି ହ୍ରାସ ପାଉଥିବା ସ୍ୱାସ୍ଥ୍ୟ,ଶାରୀରିକ ଅକ୍ଷମତା କିମ୍ବା ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାରେ ବିତାଇଥାନ୍ତି ।
ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରେ ପାର୍ଥକ୍ୟ- ଉଭୟ ଭାରତ ଏବଂ ପାକିସ୍ତାନ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶ ଶ୍ରେଣୀରେ ଆସନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ହୃଦଘାତ, ଷ୍ଟ୍ରୋକ୍ ଏବଂ ମଧୁମେହ ଭଳି ଅଣ-ସଂକ୍ରାମକ ରୋଗ ମାମଲା ଦ୍ୱିଗୁଣିତ ହୋଇଛି । ଉଭୟ ଭାରତ ଓ ପାକିସ୍ତାନରେ ଏହା ମୃତ୍ୟୁର ପ୍ରଥମ ଏବଂ ବୃହତ୍ତମ କାରଣ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପୂର୍ବ ଏସିଆରେ ହୃଦ୍ ରୋଗ ସହିତ ଜଡିତ ବ୍ୟକ୍ତିଗତ ବିପଦ କାରକ ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଜନ୍ମ ସମୟରେ ଦେଶର ହାରାହାରି ଆୟୁ (୨୦୨୩ ତଥ୍ୟ)
କାନାଡା: ୮୧.୪ ବର୍ଷ
ଆମେରିକା: ୭୮.୫ ବର୍ଷ
ବାଂଲାଦେଶ: ୭୨.୭ ବର୍ଷ
ଭାରତ: ୭୧.୦ ବର୍ଷ
ପାକିସ୍ତାନ: ୬୮.୨ ବର୍ଷ
Powered by Froala Editor