ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା
ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଘରୁ ବାହାରିବା ପରେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ଜାଣନ୍ତୁ ......
ସୋମବାର : ଏହି ବାର ଦିନ ଘରୁ ବାହାରକୁ ଯିବା ସମୟରେ ଦର୍ପଣ ଦେଖନ୍ତୁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।
ମଙ୍ଗଳବାର : ମଙ୍ଗଳବାର ଦିନ ଗୁଡ଼ ଖାଇ ଘରୁ ବାହାରକୁ ଯାଆନ୍ତୁ। ଗୁଡ଼ ଯେପରି ମିଠା , ଦିନ ମଧ୍ୟ ସେଭଳି ଶୁଭଫଳ ଦେଇଥାଏ।
ବୁଧବାର : ଏହି ବାରରେ ଧନିଆ ପତ୍ର ଖାଇ ଘରୁ ଯାଆନ୍ତୁ, କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ।
ଗୁରୁବାର : ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ଜିରା ଖାଇ ଯାଆନ୍ତୁ। ଦିନଟିରେ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ।
ଶୁକ୍ରବାର : ଶୁକ୍ରବାର ଦିନ ଦହି ଖାଇ ଘରୁ ଯିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ।
ଶନିବାର : ଏହି ବାର ଶନିଦେବଙ୍କୁ ସମର୍ପିତ ଅଟେ। ଶନିବାର ଦିନ ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହୋଇ ସଫଳତା ମିଳିଥାଏ।
ରବିବାର : ଛୁଟି ଦିନ ଅର୍ଥାତ ରବିବାର ଦିନ ଘରୁ ବାହାରକୁ ଯିବା ସମୟରେ ପାନ ଖାଇ ଯାଆନ୍ତୁ।
Powered by Froala Editor